ସନ୍ଷ୍ଟାର ଟିଭି ବ୍ୟୁରୋ
ଫେସ୍ବୁକ୍ ଏବଂ ଟ୍ୱିଟର ପରେ ଏବେ ୟୁଟ୍ୟୁବ ମଧ୍ୟ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସପ୍ତାହ ପାଇଁ ବ୍ୟନ କରିଛି। ଆମେରିକାରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିବା ସହ ଅନଲାଇନ ଓ ଭିଡିଓ ପ୍ଲାଟଫର୍ମ ଏପରି ଘୋଷଣା କରିଛି। ଏବେ ୟୁଟ୍ୟୁବ୍ ମଧ୍ୟ ଏକ ସପ୍ତାହ ପାଇଁ ଏହି କଟକଣା ଲଗାଇଛି। ଏହାର କାରଣ ସମ୍ପର୍କରେ ଉତ୍ତର ରଖି ୟୁଟ୍ୟୁବ କହିଛି, ଟ୍ରମ୍ପ କରିଥିବା ଯେ କୌଣସି ପୋଷ୍ଟକୁ ନେଇ ହିଂସା ବ୍ୟାପିପାରେ। ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲ ୟୁଟ୍ୟୁବର ନିୟମକୁ ଉଲ୍ଲଙ୍ଘନ କରିଛି। ତେଣୁ ଆଗାମୀ ୭ ଦିନ ପାଇଁ ଟ୍ରମ୍ପଙ୍କ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ ହୋଇପାରିବ ନାହିଁ।