ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀରେ ନବ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଆଜି ଡିଏମ୍ଇଟି ସିବିକେ ମହାନ୍ତି ସ୍ଥିତି ସମୀକ୍ଷା କରିଛନ୍ତି । ତାଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ମେଡିକାଲ କଲେଜ ବୁଲି ଦେଖି ଦେଖିଥିଲେ । ତେବେ ଏହି କଲେଜର ସମସ୍ତ ଭିତ୍ତିଭୂମି କାର୍ଯ୍ୟ ସରି ସାରିଛି । ଏହି କଲେଜ ସାରା ପୁରୀବାସୀଙ୍କ ସ୍ଵପ୍ନ ସାକାର କରିବ ବୋଲି ଡିଏମ୍ଇଟି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ୨୦୨୦-୨୦୨୧ ଶିକ୍ଷାବର୍ଷରୁ ଏଠାରେ ପାଠ୍ୟକ୍ରମ ଆରମ୍ଭ ହେବ । ମହାପ୍ରଭୁଙ୍କ କୃପା ତଥା ରାଜ୍ୟ ସରକାରଙ୍କ ନିଷ୍ଠାରୁ ଏହି କଲେଜ ସମ୍ଭବ ହେଇପାରୁଛି ବୋଲି ସିବିକେ ମହାନ୍ତି କହିଛନ୍ତି । ଏହା ସହ ସେ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଲେ ।