ସନ୍ଷ୍ଟାର ଟିଭି ବ୍ୟୁରୋ
କଳାହାଣ୍ଡି: ଆସନ୍ତା ୧୪ ତାରିଖରେ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଥିପାଇଁ କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସେହିପରି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ ।
ପ୍ରାୟ ୮୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଇନ୍ଦ୍ରାବତୀ ପ୍ରକଳ୍ପ । ପଶ୍ଚିମ ଓଡ଼ିଶାର ଜଳସେଚନ ସମସ୍ୟା କୁ ଦୂର କରିବା ପାଇଁ କାର୍ଯ୍ୟକ୍ଷମ ହେବ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ । ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଳାହାଣ୍ଡି ଜିଲ୍ଲାର ଧର୍ମଗଡ, କୋକସରା ଓ ଜୟପାଟଣା ବ୍ଲକ୍ର ପାଖାପାଖି ୯୧ଟି ଗାଁର ଲୋକ ଉପକୃତ ହେବେ ।
ଜାନୁଆରୀ ୧୪ରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କଳାହାଣ୍ଡି ଜିଲ୍ଲା ଗସ୍ତ କରିବା ଖବର ଅତ୍ୟନ୍ତ ଖୁସିର ବିଷୟ। ଏହାକୁ ସ୍ୱାଗତ କରୁଛି। ଜିଲ୍ଲାବାସୀଙ୍କ ସୁବିଧା ଓ ଉନ୍ନତିକୁ ଅଗ୍ରାଧିକାର ଦେଇ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବାକୁ ଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜିଲ୍ଲାର ବିକାଶରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିବ। pic.twitter.com/HrKJDBqZQ8
— Pranab Prakash Das (@pranabpdas) January 10, 2021