ସନ୍ଷ୍ଟାର ଟିଭି ବ୍ୟୁରୋ
ଛତ୍ରପୁର :ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ପୁଲିସ ପାଟ୍ରୋଲିଂ ଗାଡ଼ି । ଗଂଜାମ ଜିଲ୍ଲା ଛତ୍ରପୁର ଦେଇଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କର ଓଲଟିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟ୍ରୋଲିଂ ଗାଡ଼ି । ଫେରିବା ବାଟରେ ଜଣେ ବାଇକ ଚାଳକ ପୁଲିସ ଭ୍ୟାନର ସାମ୍ନାକୁ ଆସିଯିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଗାଡ଼ି ଚାଳକ ହଠାତ ଗାଡ଼ି ବୁଲାଇଦେଇଥିଲେ। ଏହା ଫଳରେ ଗାଡ଼ିଟି ରାସ୍ତା ଉପରେ ଓଲଟିପଡ଼ିଥିବା ଜଣାପଡ଼ିଛି ।