ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦୀର୍ଘ ଦିନ ହେବ ରାଜରାସ୍ତାରେ ଆନ୍ଦୋଳନରେ ବସିଛନ୍ତି ଲକ୍ଷ ଲକ୍ଷ ଚାଷୀ ।ତେବେ ଆଜି ଫସଲ ବିମା ଯୋଜନାକୁ ପୁରିଛି ୫ ବର୍ଷ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଚାଷୀମାନଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଥିଲା ଫସଲ ବିମା ଯୋଜନା । ୧୩ ଜାନୁୟାରୀ ୨୦୧୬ ରେ କେନ୍ଦ୍ର ସରକାର ଏହି ଯୋଜନା କୃଷକ ମାନଙ୍କ ହିତ ପାଇଁ କାର୍ଯ୍ୟକାରୀ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିତାଧିକାରୀ ଚାଷୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏଥିରୁ କୋଟି କୋଟି କୃଷକ ଉପକୃତ ହୋଇଛନ୍ତି ବୋଲି କହିଛନ୍ତି । ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
देश के अन्नदाताओं को प्रकृति के प्रकोप से सुरक्षा प्रदान करने वाली पीएम फसल बीमा योजना के आज 5 साल पूरे हो गए हैं। इस स्कीम के तहत नुकसान का कवरेज बढ़ने और जोखिम कम होने से करोड़ों किसानों को लाभ हुआ है। इसके सभी लाभार्थियों को मेरी बहुत-बहुत बधाई। #FasalBima4SafalKisan
— Narendra Modi (@narendramodi) January 13, 2021
- ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ୩୩ % ଏବଂ ଅଧିକ ଫସଲ ନଷ୍ଟ ହେଲେ ରିଲିଫ ଯୋଗାଇ ଦିଆଯାଉଛି, ଯାହା ପୂର୍ବରୁ ୫୦% କ୍ଷତି ହେଲେ ଦିଆଯାଉଥିଲା ।
- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେବଳ କୃଷକଙ୍କ ଜୀବିକା ରକ୍ଷା କରେ ନାହିଁ ବରଂ ସ୍ଥାୟୀ ଚାଷକୁ ସୁନିଶ୍ଚିତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
- ଟେକ୍ନୋଲୋଜି ବ୍ୟବହାର କରି କୃଷକମାନେ ବର୍ତ୍ତମାନ ସହଜରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ଉଠାଇ ପାରିବେ ।
- ଡ୍ରୋନ୍ ପରି ଟେକ୍ନୋଲୋଜିର ବ୍ୟବହାର ବର୍ତ୍ତମାନ ଫସଲ କ୍ଷୟକ୍ଷତିର ଶୀଘ୍ର ମୂଲ୍ୟାଙ୍କନ କରିଛି ଏବଂ ବିମା ଦାବିଗୁଡିକର ତୁରନ୍ତ ସମାଧାନ କରିବାରେ ମଧ୍ୟ ସହାୟକ ହୋଇଛି ।