ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାରେ ତୈଳ ଦର ଆକାଶଛୁଆଁ ହେବାରେ ଲାଗିଛି । ଲଗାତର ଭାବରେ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ପାର୍ ହୋଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ି ୮୫ ଟଙ୍କା ୯ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ଲିଟର ପିଛା ୨୭ ପଇସା ବଢ଼ି ୮୧ ଟଙ୍କା ୨୯ ପଇସା ହୋଇଛି । ତେବେ ରାଜ୍ୟର ମାଲକାନଗିରି ଓ ନବରଙ୍ଗପୁରରେ ୯୦ ଟଙ୍କା ,କୋରାପୁଟରେ ୮୯ ଟଙ୍କା, ରାୟଗଡା ଓ କଳାହାଣ୍ଡି ରେ ୮୮ ଟଙ୍କା ଉପରେ ପେଟ୍ରୋଲ ଦର ରହିଛି ।
ଏହା ପୂର୍ବରୁ ଜାନୁଆରୀ ୬ ଓ ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହି ୨ ଦିନରେ ପେଟ୍ରୋଲ ଲିଟର ପିଛା ୪୯ ପଇସା ବଢ଼ି ଥିବାବେଳେ ଡିଜେଲ ଲିଟର ପିଛା ୫୧ ପଇସା ବୃଦ୍ଧି ପାଇଥିଲା ।ଆନ୍ତର୍ଜାତିକ ବଜାରରେ ଅଶୌଧିତ ତେଲ ଦର ବଢ଼ିଥିବାରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ାଇଥିବା ସୂଚନା ମିଳିଛି ।