ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ବହୁଚର୍ଚ୍ଚିତ ନୟାଗଡ଼ କୁନି ଝିଅ ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହୋଇଛି ।ତେବେ ପରୀ ହତ୍ୟା ଘଟଣାର ତଦନ୍ତକାରୀ ସଂସ୍ଥା ଏସ୍ଆଇଟି ଅଭିଯୁକ୍ତର ବ୍ରେନ ମ୍ୟାପିଂ କରିବା ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ଆବେଦନ କରିଥିଲା । ଜୁଭେନାଇଲ ଜଷ୍ଟିସ ବୋର୍ଡ ଏସଆଇଟିର ଆବେଦନକୁ ଗ୍ରହଣ କରିବା ସହ ଆଜି ଶୁଣାଣି କରିବେ ।
ଗତ ଡିସେମ୍ବର ୨୦ ତାରିଖରେ ଅଭିଯୁକ୍ତ ନାବାଳକକୁ ଏସଆଇଟି ଗିରଫ କରିଥିବା ବେଳେ, ୨୧ ତାରିଖରେ ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରିଥିଲା । ପରେ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଅଭିଯୁକ୍ତ ସରୋଜର ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଥିଲା ଏସଆଇଟି । କିନ୍ତୁ ଅଭିଯୁକ୍ତ ସରୋଜ ଅରାଜି ହେବାରୁ ଅନୁମତିକୁ ଖାରଜ କରିଥିଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ ।