ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ନିଜର ବ୍ରେନ ମ୍ୟାପିଂ ପାଇଁ ମନା କରିଥିବା ସୂଚନା ମିଳିଛି । ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସ୍ଆଇଟି ଆବେଦନ କରିଥିଲା । ତେବେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଏହାର ଶୁଣାଣି ସମୟରେ ନିଜର ବ୍ରେନ ମ୍ୟାପିଂ ପାଇଁ ମନାକରିଥିଲା ସରୋଜ ସେଠୀ । ଏହା ପରେ କୋର୍ଟ ଏସଆଇଟିର ଯୁକ୍ତି ଶୁଣି ସାରି ରାୟକୁ ସଂରକ୍ଷିତ ରଖିଛନ୍ତି ।
ଏହାର ପୂର୍ବ ଶୁଣାଣିରେ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା। ପୂର୍ବରୁ ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଏସ୍ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା । ଅଭିଯୁକ୍ତ ଏହି ଟେଷ୍ଟ ପାଇଁ ରାଜି ହୋଇ ନଥିବା ବେଳେ ବି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ମଧ୍ୟ ନାବାଳକର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଅନୁମତି ଦେଇ ନଥିଲେ ।