ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡ଼ିଶା ସରକାର ୧୧ଟି ଖଣି ନିଲାମ କରିବାକୁ ଯାଉଛନ୍ତି । ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ସୁଦ୍ଧା ଏହି ନିଲାମ ପ୍ରକ୍ରିୟା ସରିବ। ନିଲାମ ହେବାକୁ ଥିବା ଖଣି ମଧ୍ୟରେ ରହିଛି ଲୁହାପଥର, ମାଙ୍ଗାନିଜ୍, ଗ୍ରାଫାଇଟ୍, ଲାଇମ୍ଷ୍ଟୋନ୍, ଡୋଲୋମାଇଟ୍ ଖଣି । ଏସବୁ ଖଣିର ନିଲାମ ଡକ୍ୟୁମେଣ୍ଟରେ ସାମାନ୍ୟ ସଂଶୋଧନ ପାଇଁ ସରକାରଙ୍କ ନିକଟକୁ ପଠାଯାଇଛି । ସଂଶୋଧିତ ଡକ୍ୟୁମେଣ୍ଟ ଆସିବା ମାତ୍ରେ ନିଲାମ ପ୍ରକ୍ରିୟା ଆରମ୍ଭ କରାଯିବ । ତେବେ ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ ।
ସେହିପରି ଖଣି ନିର୍ଦ୍ଦେଶକ କହିଛନ୍ତି, ଗତ ଆର୍ଥିକ ବର୍ଷ ରାଜ୍ୟ ସରକାର ୨୪ଟି ଖଣି ନିଲାମ ପାଇଁ ଟାର୍ଗେଟ୍ ରଖିଥିଲେ ଓ ସମସ୍ତ ଖଣି ନିଲାମ ହୋଇଥିଲା। କିନ୍ତୁ ସେଥିମଧ୍ୟରୁ ମାତ୍ର ୧୯ଟି ଖଣିର ମାଇନିଂ ଲିଜ୍ ଡିଡ୍ କାର୍ଯ୍ୟକାରୀ ହୋଇଥିଲା । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ମାଇନିଂ ଲିଜ୍ ଡିଡ୍ ଏଗ୍ରିମେଣ୍ଟ କରିବାରେ ବିଫଳ ହେବାରୁ ଜେଏସ୍ପିଏଲ୍କୁ ଗୁଆଲି ଲୁହାପଥର ଖଣି ଏବଂ ଶ୍ୟାମ୍ ଷ୍ଟିଲ୍କୁ ଜିଲିଂ-ଲାଙ୍ଗାଲୋଟା ଖଣି ହରାଇବାକୁ ପଡ଼ିଛି । ଏବେ ଏହି ଖଣି ଦ୍ୱୟକୁ ୧୦ ବର୍ଷ ପାଇଁ ଓମ୍ସିକୁ ଦିଆଯାଇଛି ।