ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଓଡିଶାର ପଦ୍ମଶ୍ରୀ ସମ୍ମାନଧାରୀ ଡି. ପ୍ରକାଶ ରାଓଙ୍କ ଆଜି ପରଲୋକ ଘଟିଛି । କଟକ ଏସ୍ସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ସେ । ଗତ ଡିସେମ୍ଵର ୨୫ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ କରୋନାରେ ଆକ୍ରାନ୍ତ ଥିଲେ ।ତେବେ ୭୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ୨୦୧୯ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
କଟକ ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ । ଏହାପରେ ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ । ସମାସସେବୀ ଭାବେ ବେଶ୍ ଲୋକପ୍ରିୟ ଥିଲେ ପ୍ରକାଶ ରାଓ ।
Deeply saddened to know about the demise of philanthropist Padma Shri D Prakash Rao. The Good Samaritan will always be remembered for his dedication to uplift the lives of children through education. My thoughts & prayers with the bereaved family members. RIP
— Naveen Patnaik (@Naveen_Odisha) January 13, 2021
Hon’ble Governor mourns the sad demise of noted social activist Padmashree D. Prakash Rao. ‘’He will always be remembered for his selfless service in transforming the lives of thousands of poor kids through his school ‘Asha o Ashwasana’,” expressed the Hon’ble Governor. pic.twitter.com/BBoICY8DqX
— Governor Odisha (@GovernorOdisha) January 13, 2021