ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ପରୀର ମାଆ ସୌଦାମିନୀ ସାହୁ । ଘଟଣାର ସିବିଆଇ ତଦନ୍ତ ପାଇଁ ସେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ।ସୂଚନାଯୋଗ୍ୟ, ଓଡିଶାର ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ପରୀର ପିତାମାତା ଆତ୍ମହୃତି ଦେବାକୁ ଉଦ୍ୟମ କରିଥିଲେ । ଫଳରେ ପରୀ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା ।
ପରୀର ଅଙ୍ଗ ତସ୍ତରୀ ପାଇଁ ହତ୍ୟା କରାଯାଇଥିବା କହିଥିଲେ ପରୀର ପିତାମାତା । ତେବେ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଏସ୍ଆଇଟି କୁ ନିର୍ଦ୍ଦେଶ ଦେଇଥିଲେ । ଏସ୍ଆଇଟି ଟିମ୍ ତଦନ୍ତର କରି ପରୀର ହତ୍ୟା ଦୁର୍ଷମ ପାଇଁ ହୋଇଥିଲା ବୋଲି ରିପୋର୍ଟ ଦେଇଥିଲେ ଓ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା । କିନ୍ତୁ ଏହାକୁ ମିଛ ବୋଲି କହିଥିଲେ ପରୀର ପିତାମାତା ଓ ଅଙ୍ଗ ତସ୍କରୀକୁ ଲୁଚାଇବା ପାଇଁ ଏସ୍ଆଇଟି ମନଗଡା କାହାଣୀ କହିଛି ବୋଲି ଅଭିଯୋଗ କରିଥିଲେ ।
ତେବେ ଆଜି ଏହି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ସୌଦାମିନୀ ସାହୁ ।