ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମୟୂରଭଞ୍ଜରେ ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗ ଘଟଣାରେ ଗତକାଲି ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ଵୁଟରରେ ବିରୋଧ କରିଥିଲେ । ତେବେ ଏହି ଘଟଣାରେ ଆଜି ତାଙ୍କୁ ଟ୍ଵିଟରରେ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ ଟ୍ୱିଟରରେ ଉଲ୍ଲେଖ କରି କହିଛନ୍ତି ଯେ, ଦୁର୍ନୀତି ମୁଖା ଖୋଲିବା ପରେ ହିଂସ୍ର ହୋଇ ଉଠୁଛି ବିଜୁ ଜନତା ଦଳ । ବିଜୁ ବାବୁଙ୍କୁ ସମ୍ମାନ ନାଁରେ ବିଜେଡି ଭଡ଼ାଟିଆ ଗୁଣ୍ଡା ଲଗେଇ ପ୍ରତିଷ୍ଠିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରିଛି ବୋଲି ଟ୍ୱିଟ କରି କହିଛନ୍ତି ଲେଖାଶ୍ରୀ ।
ବିଜୁ ବାବୁଙ୍କୁ ସମ୍ମାନ ନା’ରେ @bjd_odisha ଭଡାଟିଆ ଗୁଣ୍ଡା ଲଗେଇ ପ୍ରତିଷ୍ଠିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଓ ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ,ଭଞ୍ଜବୀର ସୁନାରାମ ସୋରେନ,ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଅଣଦେଖା କରିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଦୁର୍ନୀତି ମୁଖା ଖୋଲିଲେ ହିଂସ୍ର ହେଉଛି ବିଜେଡି। https://t.co/p9thMEDBbD
— Lekha Samantsinghar (@DrLekhaShree) January 13, 2021
ତେବେ ପୂର୍ବରୁ ବିଧାୟକ ପ୍ରଣବ, ଟ୍ୱିଟ୍ କରି ଦିଶା ବୈଠକରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅସମ୍ମାନ କରାଯାଇଥିବା ଘଟଣାକୁ ନିନ୍ଦା କରିଥିଲେ । ମିଳିଥିବା ସୂଚନା ଅନୁସାରେ, ଗତକାଲି ଦିଶା ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଘରେ ବିଜୁ ପକ୍କା ଘର ଷ୍ଟିକର ଲାଗିବାକୁ ନେଇ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।
ବାରିପଦାର ପ୍ରୟାସ ହଲଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଦିଶା ବୈଠକରେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଅସମ୍ମାନ କରିଥିବା ଘଟଣାକୁ ମୁଁ ଘୋର ନିନ୍ଦା କରୁଛି। ସ୍ବାଧୀନତା ସଂଗ୍ରାମ ସହ ଓଡ଼ିଆ ଜାତିର ହକ ଅଧିକାର ପାଇଁ ବହୁମୂଲ୍ୟ ଅବଦାନ ରଖିଥିବା ବିଜୁବାବୁଙ୍କ ଅପମାନ ଓଡ଼ିଆ ଜାତି ପାଇଁ ମଧ୍ୟ ଅପମାନର ବିଷୟ।
— Pranab Prakash Das (@pranabpdas) January 12, 2021