ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଖସୁଛି ଚିକେନ୍ ଓ ଅଣ୍ଡା ଦର । ବାର୍ଡ ଫ୍ଲୁର ଭୟ ଏବେ ଧିରେ ଧିରେ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ତେଣୁ ଲୋକେ ଆତଙ୍କିତ ହୋଇ ଭୟରେ ଚିକେନ୍ ଓ ଅଣ୍ଡା ଖାଇବା ଛାଡ଼ିବାକୁ ଲାଗିଲେଣି। ଚାହିଦା କମିବାରୁ ଚିକେନ୍ ଓ ଅଣ୍ଡା ଦର ଲଗାତର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଦେଶରେ ୧୦ଟି ରାଜ୍ୟ କେରଳ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଗୁଜରାତ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଦିଲ୍ଲୀରେ ବର୍ଡ ଫ୍ଲୁ ବ୍ୟାପିବା ନେଇ ସୂଚନା ମିଳିଛି । ଗତ ବୁଧବାର ଦେଶର ବିଭିନ୍ନ ଭାଗରେ ବାର୍ଡ ଫ୍ଲୁର କାରଣ ପକ୍ଷୀ ମରିବା ନେଇ ଜଣାପଡିଛି । ଏହାପରେ ସାରା ଦେଶରେ ଚିକେନ୍ ଓ ଅଣ୍ଡା ଦାମ ଖସିବାରେ ଲାଗିଛି । ମହାରାଷ୍ଟ୍ରରେ ଚିକେନ୍ ଦାମ୍ ୮୨ ଟଙ୍କାରୁ ୫୮ ଟଙ୍କା, ଗୁଜରାତରେ ୯୪ ଟଙ୍କାରୁ ୬୫ ଟଙ୍କା ଓ ତାମିଲନାଡୁରେ ୮୦ ଟଙ୍କାରୁ ହ୍ରାସ ପାଇ ୭୦ ଟଙ୍କାକୁ ଆସିଯାଇଛି ।
ତାମିଲନାଡୁର ନମକ୍କଲରେ ଅଣ୍ଡା ଦାମ ୫.୧୦ ପଇସା ପ୍ରତି ପିସରୁ ହ୍ରାସ ପାଇ ୪.୨୦ ଟଙ୍କା ରହିଛି । ହରିୟାଣାର ବରବାଲାରେ ଗୋଟିଏ ଅଣ୍ଡା ଦାମ୍ ୫.୩୫ ଟଙ୍କାରୁ ହ୍ରାସ ପାଇ ୪.୦୫ ଟଙ୍କା ଓ ପୁଣେରେ ୫.୩୦ ଟଙ୍କାରୁ ହ୍ରାସ ପାଇ ୪.୫୦ ଟଙ୍କା ରହିଛି ।
ଦିଲ୍ଲୀରେ ୪ ଦିନ ପୂର୍ବରୁ ୩୦ଟି ଅଣ୍ଡା ୧୪୦ ଟଙ୍କାରେ ବିକ୍ରି ହୋଇଥିଲା । କିନ୍ତୁ ଆଜି ୧୨୦ ଟଙ୍କା ରହିଛି । ତେବେ ଚିକେନ୍ ୧୬୦ରୁ ୨୦୦ ଟଙ୍କା ପ୍ରତି କିଲୋ ଦାମରେ ବିକ୍ରି ହେଉଛି ।