ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ନିରାପତ୍ତା ସମ୍ପର୍କିତ କ୍ୟାବିନେଟ୍ କମିଟି(ccs) ରେ ଆଜି ୪୮ ହଜାର କୋଟି ମୂଲ୍ୟର ବୃହତ୍ତମ ସ୍ବଦେଶୀ ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ସବୁଜ ସଂକେତ ଦେଇଛନ୍ତି ନରେନ୍ଦ୍ର ମୋଦି । ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ଆତ୍ମ ନିର୍ଭର କରିବାରେ ଏହି ନିଷ୍ପତି ବେଶ ସହାୟକ ହେବ ବୋଲି ଟ୍ବିଟ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି ।
ସେ ଆଉ ମଧ୍ୟ କହିଛନ୍ତି ଯେ ଆଗାମୀ କିଛି ବର୍ଷ ପରେ ଏଲ୍ସିଏ- ତେଜସ୍ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ମେରୁଦଣ୍ଡ ଭାବେ କାର୍ଯ୍ୟ କରିବ । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ) ପକ୍ଷରୁ ନିର୍ମାଣ କରାଯାଉଥିବା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ବା ତେଜସ ଏକ ୪ର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଂଜିନ ମଲଟିରୋଲ ଲଢୁଆ ବିମାନ । ବିଶ୍ବର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ହାଲ ଦାବି କରୁଛି । ୨୦୨୬ ସୁଦ୍ଧା ଭାରତୀୟ ବାୟୁସେନାକୁ ୬୦ଟି ତେଜସ ଯୋଗାଣ ପାଇଁ ହାଲ ଚୁକ୍ତି କରିଛି ।
ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ଆଜି ପ୍ରାୟ ୪୮ ହଜାର କୋଟି ଟଙ୍କାର ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏହା ଦ୍ବାରା ହାଲଠାରୁ ୭୩ଟି ତେଜସ ଲଢୁଆ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ ଖରିଦ କରାଯିବ । ଘରୋଇ ବଜାରରୁ ପ୍ରତିରକ୍ଷା ସାମଗ୍ରୀ ଖରିଦର ଏହା ସବୁଠୁ ବଡ଼ ଡିଲ ବୋଲି କୁହାଯାଉଛି । ଏହା ଦ୍ବାରା ଭାରତୀୟ ବାୟୁସେନାର ଲଢୁଆ ବିମାନ ଅଭାବ ଦୂର ହେବା ସହ ସରକାରଙ୍କ ‘ମେକ-ଇନ-ଇଣ୍ଡିଆ’ ଓ ଆତ୍ମ-ନିର୍ଭର ଭାରତ ଯୋଜନାକୁ ପ୍ରେତ୍ସାହନ ମିଳିବ ।
The CCS chaired by PM Sh. @narendramodi today approved the largest indigenous defence procurement deal worth about 48000 Crores to strengthen IAF’s fleet of homegrown fighter jet ‘LCA-Tejas’. This deal will be a game changer for self reliance in the Indian defence manufacturing.
— Rajnath Singh (@rajnathsingh) January 13, 2021
The LCA-Tejas is going to be the backbone of the IAF fighter fleet in years to come. LCA-Tejas incorporates a large number of new technologies many of which were never attempted in India. The indigenous content of LCA-Tejas is 50% in Mk1A variant which will be enhanced to 60%.
— Rajnath Singh (@rajnathsingh) January 13, 2021