ସନ୍ଷ୍ଟାର ଟିଭି ବ୍ୟୁରୋ
ଝାରସୁଗୁଡ଼ା: ଆଉ କିଛି ସମୟ ପରେ ବୀର ସୁରେନ୍ଦ୍ର ସାଏ ଝାରସୁଗୁଡା ବିମାନ ବନ୍ଦରରୁ ବିମାନ ଉଡାଣ ହେବାକୁ ଯାଉଛି । ମୁମ୍ବାଇ- ଝାରସୁଗୁଡ଼ା- ବେଙ୍ଗାଲୁରୁକୁ ଏହି ବିମାନ ଉଡାଣ ଭରିବ । ଏଥିପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ମଙ୍ଗଳବାର ଦିନ ସାଢ଼େ ୧୨ ଟାରେ ମୁମ୍ବାଇ ଠାରୁ ବୋଇଂ ୭୩୭ ବିମାନ ଆସି ଏଠାରେ ଅବତରଣ କରିବ ଓ ୧ ଟାରେ ପୁଣି ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ କରିବ ।
ଠିକ୍ ସେହିପରି ବେଙ୍ଗାଲୁରୁ ଠାରୁ ଆସି ଝାରସୁଗୁଡ଼ା ଠାରେ ସନ୍ଧ୍ୟା ୫ ଟା ୪୦ରେ ପହଞ୍ଚି ୬ ଟା ୧୦ରେ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିବ । ଏହି ନୂଆ ସେକ୍ଟରରେ ବିମାନ ଚଳାଚଳକୁ ନେଇ ସାର ପଶ୍ଚିମ ଓଡ଼ିଶାରେ ଆନନ୍ଦ ପ୍ରକାଶ ପାଇଛି । ପ୍ରଥମ ଦିନ ପାଇଁ ଏହି ବିମାନରେ ଯାତ୍ରା କରିବା ପାଇଁ ବେଙ୍ଗାଲୁରୁକୁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଯାତ୍ରୀ ଟିକେଟ୍ ବୁକ୍ ହୋଇଥିବା ସୂଚନା ମିଳିଛି ।