ସନ୍ଷ୍ଟାର ଟିଭି ବ୍ୟୁରୋ
ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ।ଗତ ସପ୍ତାହରେ କ୍ୟାପିଟାଲ ବିଲଡିଂରେ ହିଂସାକାଣ୍ଡରେ ନିଜ ସମର୍ଥକମାନଙ୍କୁ ଉସୁକାଇ ଥିବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଆମେରିକାର ସଂସଦରେ ମହାଅଭିଯୋଗ ଆଗତ ହୋଇଛି । ରାଷ୍ଟ୍ରପତି ପଦରୁ ତୁରନ୍ତ ଡୋନାଲ୍ଡ ଟ୍ରମ୍ପଙ୍କୁ ହଟାଇବା ପାଇଁ ଡେମୋକ୍ରାଟିକ୍ ଦଳ ପକ୍ଷରୁ ଏହି ମହାଅଭିଯୋଗ ପ୍ରସ୍ତାବକୁ ଆଗତ କରାଯାଇଛି । ଡେମୋକ୍ରାଟିକ୍ ଦଳ ନିୟନ୍ତ୍ରଣରେ ଥିବା ପ୍ରତିନିଧି ସଭାରେ ଆଗତ ମହାଅଭିଯୋଗ ଉପରେ ଆସନ୍ତା ବୁଧବାର ଦିନ ଭୋଟ ଗ୍ରହଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।
ଏହା ପୂର୍ବରୁ ସମ୍ବିଧାନର ୨୫ତମ ସଂଶୋଧନ ବଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବା ନିମନ୍ତେ ସଂସଦରେ ଏକ ପ୍ରସ୍ତାବ ଆଗତ ହୋଇଥିଲା । ଏହା ଉପରେ ତୁରନ୍ତ ଭୋଟ ଗ୍ରହଣ ପାଇଁ ମଧ୍ୟ ବାବି କରା ଯାଇଥିଲା। ହେଲେ, ରିପବ୍ଲିକାନ୍ ଦଳ ପକ୍ଷରୁ ଏହାକୁ ଅଟକାଇ ଦିଆ ଯାଇଥିଲା । ଏହି ଘଟଣା ପରେ ଡେମୋକ୍ରାଟିକ୍ ଦଳ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି।