ସନ୍ଷ୍ଟାର ଟିଭି ବ୍ୟୁରୋ
ହ୍ଵାଟ୍ସଆପ୍ ନିଜର ପ୍ରାଇଭେସି ପଲିସି (ଗୋପନୀୟତା ନିତୀ)ରେ ପରିବର୍ତ୍ତନ ଆଣିବା ପରେ ହ୍ଵାଟ୍ସଆପ୍ ବ୍ୟବହାରୀକାରୀମାନେ ଅତିଷ୍ଠ ହୋଇ ଅନ୍ୟ ଆପ୍ ଗୁଡିକରେ ଯୋଡି ହେଉଛନ୍ତି । ତେବେ ଗ୍ରାହକମାନେ ହ୍ଵାଟ୍ସଆପ୍ର ବିକଳ୍ପରେ ଅନ୍ୟ ମେସେଜିଙ୍ଗ ଆପ୍ ଯଥା ଟେଲିଗ୍ରାମ(telegram) ଓ ସିଗ୍ନାଲ(signal)କୁ ଆପଣାଇଛନ୍ତି ।
ଟେଲିଗ୍ରାମ ଓ ସିଙ୍ଗନାଲ ପରି ମେସେଜିଙ୍ଗ ଆପ୍ ଗୁଡିକର ଲୋକପ୍ରିୟତା ବୃଦ୍ଧି ପାଇଛି । ତେବେ ଏଥିରେ ଖୁବ ଖୁସି ଅଛନ୍ତି ଅନ୍ୟ ମେସେଜିଙ୍ଗ ଆପ୍ଗୁଡିକ । ଟେଲିଗ୍ରାମ ନିଜ ଟ୍ଵୁଟର ଅଫିସିଆଲ ସାଇଟରେ ଏକ ମିମ୍ ସେୟାର କରିଛନ୍ତି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।
ତେବେ ସେ ଭିଡିଓରେ ଘାନାରେ ପଲିବିୟର୍ସର ଏକ ସମୂହ ଅଛନ୍ତି ଯେଉଁମାନେ ଅନ୍ତିମ ସଂସ୍କାର ସମୟରେ ନାଚିବାର ଦେଖାଯାଉଛନ୍ତି ।ସେମାନେ କଫନ୍ରେ ହ୍ଵାଟ୍ସଆପର ପ୍ରାଇଭେସି ପଲିସି କୁ ଉଠାଇ ନେଉଥିବାର ନଜର ଆସିଛି ।
— Telegram Messenger (@telegram) January 10, 2021