ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ କାର୍ଯ୍ୟକାରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଏହି ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି କମିଟି ୪ ଜଣ ସଦସ୍ୟଙ୍କୁ ନେଇ ଗଠନ କରାଯାଇଛି । ଭାରତୀୟ କୃଷକ ସଂଗଠନର ଭୁପିନ୍ଦ୍ର ସିଂହ ମାନ, ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲ୍ଲାଟି(କୃଷି ବିଶେଷଜ୍ଞ), ଅନୀଲ ଶୋତକାରୀ ସାମିଲ ଅଛନ୍ତି ।