ସନ୍ଷ୍ଟାର ଟିଭି ବ୍ୟୁରୋ
ପାରାଦ୍ୱୀପ: ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସମେତ ୧୮ ଟି ସାମୁଦ୍ରିକ ଥାନାର କର୍ମଚାରୀ ଆରମ୍ଭ କରିଛନ୍ତି ମିଳିତ ସମରାଭ୍ୟାସ । ତେବେ ପାରାଦ୍ୱୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଏହି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’। ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସମେତ ୧୮ ଟି ସାମୁଦ୍ରିକ ଥାନାର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହା ଇଣ୍ଟନ ନାଭାଲ କମାଣ୍ଡ ବିଶାଖାପଟନମ ଓ ନାଭାଲ ଅଫିସର ଇନଚାର୍ଜ ଓଡ଼ିଶା ପକ୍ଷରୁ ମିଳିତ ଭାବେ ଆୟୋଜିତ ହେଉଛି ।
ରେଡ ଟିମ ଓ ବ୍ଲୁ ଟିମ ଗଠନ କରାଯାଇ ଆତଙ୍କବାଦୀ ବେଶରେ ଗୋଟିଏ ଟିମ୍ ସ୍ଥଳଭାଗରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବେ ଏବଂ ଅନ୍ୟ ଟିମ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ । ଏହି ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ପାରାଦ୍ୱୀପ ବନ୍ଦର, ସିଆଇଏସଫ, ଓଡ଼ିଶା ପୋଲିସ, ମେରାଇନ୍ ପୋଲିସ୍, ଇଣ୍ଟେଲିଜେନ୍ସ, ଅଗ୍ନିଶମ, ମତ୍ସ୍ୟ ବିଭାଗ, ବନ ବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାୟ ୧୬ଟି ବିଭାଗ ଏଥିରେ ସାମିଲ ହୋଇଛନ୍ତି ।