ସନ୍ଷ୍ଟାର ଟିଭି ବ୍ୟୁରୋ
ଥାଇଲ୍ୟାଣ୍ଡ: ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହଓ୍ଵାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏହା ଦ୍ଵିତୀୟ ଥର ପାଇଁ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କିଛି ସପ୍ତାହ ପୂର୍ବରୁ ସେ କରୋନାରୁ ସୁସ୍ଥ ହୋଇଥିଲେ ।
ତେବେ ଆଜି ତାଙ୍କର ଥାଇଲାଣ୍ଡର ବ୍ୟାଙ୍କକକ୍ ଠାରେ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟ ମ୍ୟାଚ ଥିଲା । କରୋନା ପାଇଁ ତାଙ୍କୁ ଓପନ ଟୁର୍ଣ୍ଣାମେଣ୍ଟ ରୁ ବିରତ ରଖାଯାଇଛି । ତାଙ୍କ ସହଯୋଗୀ ଖେଳାଳୀ ଏଚ୍ ଏସ୍ ପ୍ରାନୋଏ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ସାଇନାଙ୍କ ସ୍ଵାମୀ ତଥା ବ୍ୟାଡମିଣ୍ଟନ ଖେଳାଳୀ ପରୁପଲ୍ଲୀ କଶ୍ୟପ ମଧ୍ୟ କରୋନା ପାଇଁ ସନ୍ଦେହ ଘେରରେ ହସ୍ପିଟାଲରେ ଅଛନ୍ତି ।