ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଯଦି ଆପଣ ଭାବୁଛନ୍ତି ପବଜୀ ମୋବାଇଲ୍ ବିଶ୍ୱର ନମ୍ବର ୱାନ୍ ଗେମ୍ ତେବେ ଆପଣ ଭୁଲ୍ ଭାବୁଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଗେମ୍ ସମ୍ପର୍କରେ ଜଣାଇବୁ ଯାହା ବିଶ୍ୱର ସବୁଠାରୁ ପପୁଲାର ଗେମ୍ । ଏବଂ ଏହି ଗେମ୍ସର ଟପ୍ ୩ ତାଲିକାରେ ମଧ୍ୟ ନାହିଁ ପବଜୀ । ତେବେ ଆସନ୍ତୁ ଜାଣିବା….
୨୦୨୦ରେ ସବୁଠାରୁ ଲୋକପ୍ରିୟ ଗେମ୍ସ ପବଜୀ ଏବେ ପଛରେ ପଡିଯାଇଛି । ପପୁଲାର୍ ଗେମ୍ ତାଲିକାରେ ଏବେ ନୂଆ ଗେମ ପ୍ରବେଶ କରିଛି । Apptopia ନିଜ ରିପୋର୍ଟରେ କହିଛି କି ଡାଉନଲୋଡ୍ ଓ ଆୟ ମାମଲାରେ ଅନ୍ୟ ଗେମ୍ସ ପବଜୀଠୁ ଆଗେଇ ଯାଇଛନ୍ତି ।
ବିଶ୍ୱର ନମ୍ବର ୱାନ୍ ଗେମ୍ ଭାବେ Among Us ବେଶ୍ ପରିଚିତ ହୋଇସାରିଛି । Apptopia ନିଜ ରିପୋର୍ଟରେ କହିଛି କି Among Us ୨୦୨୦ ର ସବୁଠାରୁ ପପୁଲାର ଗେମ୍ । ଗତ ବର୍ଷ ପ୍ରାୟ ୨୬.୪ କୋଟି ଥର ଏହାକୁ ଡାଉନଲୋଡ୍ କରାଯାଇଛି । କେବଳ ଆମେରିକାରେ ଏହି ଗେମକୁ ପ୍ରାୟ ୪.୧ କୋଟି ଲୋକ ଡାଉନଲୋଡ୍ କରିଛନ୍ତି ।
ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି Subway Surfers । ଡେନମାର୍କରେ ପ୍ରସ୍ତୁତ Subway Surfers ବେଷ୍ଟ ଗେମ୍ ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଗେମକୁ ସାରା ଦୁନିଆରେ ୨୨.୭ କୋଟି ଥର ଡାଉନଲୋଡ୍ କରାଯାଇଛି ।
ତୃତୀୟ ସବୁଠାରୁ ପପୁଲାର ଗେମ୍ Garena Free Fire( ଫ୍ରି ଫେୟାର )କୁ ମଧ୍ୟ ପବଜୀଠୁ ଅଧିକ ପସନ୍ଦ କରିଛନ୍ତି ୟୁଜର୍ସ । ଏହାକୁ ୨୦୨୦ରେ ୨୧.୮ କୋଟି ଥର ଡାଉନଲୋଡ୍ କରାଯାଇଛି ।
ଚତୁର୍ଥ ସ୍ଥାନରେ ପବଜୀ ମୋବାଇଲ୍ ।ଗତ ବର୍ଷ ଏହାକୁ ମାତ୍ର ୧୭.୫ କୋଟି ଥର ଡାଉନଲୋଡ୍ କରାଯାଇଛି । ଭାରତ-ଚୀନ୍ ସୀମା ବିବାଦ ପରେ ଦେଶରେ ପବଜୀ ବ୍ୟାନ୍ ହେବା ପରେ ଏଥିରେ ବଡ ପ୍ରଭାବ ପଡିଛି । ତେବେ କମ୍ପାନୀ ଭାରତରେ ପୁଣିଥରେ ଏହାକୁ ରିଲଞ୍ଚ୍ କରିବା ପାଇଁ ଚେଷ୍ଟା କରୁଛି ।