ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଭୁବନେଶ୍ଵର ବିମାନ ବନ୍ଦରରୁ ସିଧାସଳଖ ପୁନେ ଯିବା ପାଇଁ ଏୟାର ଏସିଆର ସ୍ଵତନ୍ତ୍ର ବିମାନ ଚଳାଚଳ ପାଇଁ ବ୍ୟବସ୍ଥା ହେବାକୁ ଯାଉଛି । ଓଡିଶା ସରକାର ମଧ୍ୟ ଏନେଇ ସହମତି ଦେଇ ସାରିଥିବା ସୂଚନା ମିଳିଛି ।ତେବେ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି । ଖୁବ ଶିଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି ।
ତେବେ ଲୋକଙ୍କ ସୁବିଧା ପାଇଁ ଏହି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ଓ ଏହି ବିମାନ ସେବା ଦ୍ଵାରା ଓଡ଼ିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।ତେବେ ଏ ନେଇ ନିଜ ଟ୍ଵୁଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର ।
To further enhance air connectivity into #Odisha, State Govt has agreed to provide financial support for @AirAsia’s direct flight operation between #Bhubaneswar and Pune for three months. Apart from improving connectivity, it will give boost to tourism and investor footfall. pic.twitter.com/VX4CojkbCW
— CMO Odisha (@CMO_Odisha) January 12, 2021