ସନ୍ଷ୍ଟାର ଟିିଭି ବ୍ୟୁରୋ
ଭୁବନେଶ୍ଵର: ଭୁବନେଶ୍ୱରରେ ପହଞ୍ଚି ସାରିଛି କୋଭିଡ-୧୯ର ସଞୀବନୀ କୋଭିସିଲ୍ଡ ଟିକା । ରାଜ୍ୟକୁ ୪୦ ହଜାର ୮ ଶହ ଶିଶି ଆସିଛି । ଗୋଟିଏ ଶିଶିରୁ ୧୦ଟି ଡୋଜ୍ ଦିଆଯାଇପାରିବ ।ତେବେ ରାଜ୍ୟରେ କୋଭିସିଲ୍ଡର ୪ ଲକ୍ଷ ୮ହଜାର ଡୋଜ୍ ଆସିଛି । ସେହି ଅନୁସାରେ ଆସିଥିବା ଟିକା ୧ ଲକ୍ଷ ୯୧ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ । ଟିକାକରଣ ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର ଖୋଲାଯାଇଛି ।
୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନରେ କୋଭିଡ୍- ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ । କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲରେ ହେବ କୋଭିଡ୍ ଟିକାକରଣ । ତେବେ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା ପ୍ରଦାନ କରାଯାଇଛି । ବିଏମ୍ସି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି ବୋଲି ବିଏମ୍ସି କମିଶନର କହିଛନ୍ତି ।