ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶାରେ ପହଞ୍ଚିଲା ପ୍ରଥମ କରୋନା ଟିକା । ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲା କରୋନା ଟିକା ।କୋଭିଡ-୧୯ ଭ୍ୟାକ୍ସିନ କୋଭିସିଲ୍ଡ ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସି ଭୁବନେଶ୍ଵରରେ ପହଞ୍ଚିଛି । ଭୁବନେଶ୍ଵରରେ ୫ ଟି ହସ୍ପିଟାଲରେ କୋଭିଡ ଟିକା ଲଞ୍ଚ କରାଯିବ ।ସେରମ ଇନ୍ଷ୍ଟିଚ୍ୟୁଟରୁ ୪୦ ହଜାର ୮୦୦ ଶିଶି ଆସିଛି । ଗୋଟିଏ ଶିଶିରୁ ୧୦ ଟି ଡୋଜ ଦିଆଯିବ । ଆଜି ମଧ୍ୟ ରାତ୍ରୀରୁ ସମସ୍ତ ଜିଲ୍ଲାକୁ ଏହି ଭ୍ୟାକସିନକୁ ପ୍ରେରଣ କରାଯିବ । ଆଜିର ବୈଠକରେ କେଉଁ ଜିଲ୍ଲାକୁ କେତେ ଟିକା ପଠାଯିବ ସେ ନେଇ ଆଲୋଚନା କରାଯିବ । ତେବେ ପ୍ରଥମେ ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ପ୍ରଥମେ ଟିକା ଦିଆଯିବ ।
ତେବେ ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେଉଛି କୋଭିଡ ଟିକାକରଣ । ଏଥିପାଇଁ ମହାରାଷ୍ଟ୍ରସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ସିରମ ଇନଷ୍ଟିଚ୍ୟୁଟ୍ ଏବଂ ସହଯୋଗୀ ସଂସ୍ଥା କୁଲ୍ ଏକ୍ସ କୋଲଡ୍ ଚେନ୍ ଲିମିଟେଡ୍ ଟିକା ପରିବହନ ଦାୟିତ୍ୱ ନେଇଛନ୍ତି । ଫ୍ରିଜର ଥିବା ଅତ୍ୟାଧୁନିକ ଟ୍ରକ୍ରେ କୋଭିଡ ଟିକାକୁ ବିମାନବନ୍ଦର ନିଆଯାଇଛି ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ପଠାଯାଉଛି। କୋଭିସିଲଡ ଟିକା ପାଇଁ ପୁନେର ସିରମ ଇନଷ୍ଟିଚ୍ୟୁଟ୍କୁ ୧ କୋଟି ୧୦ ଲକ୍ଷ ଡୋଜ୍ ଅର୍ଡର ମିଳିବା ପରେ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।