ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିନା ପଞିକରଣରେ ମିଳିବନି କରୋନା ଟିକା । ତେବେ ଏ ନେଇ ସୂଚନା ଦେଇଛନ୍ତି ଏସ୍ସିବିର ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା । ସେ ଆଉ ମଧ୍ୟ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ କୋ- ଓ୍ଵିନ ଆପ୍ ଜରିଆରେ କିମ୍ଵା କୋଭିଡ ୧୯ ଟିକାକରଣ ପଞିକରଣ ପାଇଁ ଅନୁଷ୍ଠାନ ଗୁଡିକରେ ନିଜର ନାମ ପଞିକୃତ କରିବା ବାଧ୍ୟତାମୂଳକ ଅଟେ । ପଞିକରଣ ପାଇଁ ଭୋଟର ଆଇକାର୍ଡ,ଆଧାର କାର୍ଡ, ପାସ୍ବୁକ୍, ପାସପୋର୍ଟ,ପାନକାର୍ଡ,ଯେକୌଣସି ଅଫିସର ଆଇକାର୍ଡ, MLA, MP ଆଇକାର୍ଡ, ଏପରିକି ମନରେଗା ଆଇକାର୍ଡ ଆଦି ସବୁ ଦସ୍ତାବିଜକୁ ପ୍ରମାଣପତ୍ର ଭାବେ ବ୍ୟବହାର କରିହେବ । ଏବଂ ଯେଉଁ ପରିଚୟ ପତ୍ରକୁ ପଞିକରଣ ସମୟରେ ବ୍ୟବହାର କରିଥିବେ ତାକୁ ଟିକାକରଣ କେନ୍ଦ୍ରରେ ଦେଖାଇବା ମଧ୍ୟ ବାଧ୍ୟତାମୂଳକ ଅଟେ । ନଚେତ୍ ଟିକା ଦିଆଯିବ ନାହିଁ ବୋଲି କହିଛନ୍ତି ପ୍ରଫେସର ଜୟନ୍ତ ପଣ୍ଡା ।
ତେବେ ଆସନ୍ତା ୧୬ରେ ଦିଆଯିବ କୋଭିଡ-୧୯ ଟି ଟିକା । ତେବେ ଏହି ଟିକା କେବେ ସୁରକ୍ଷିତ ହେବାକୁ ନେଇ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏସ୍ସିବିର ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ।