ସନ୍ଷ୍ଟାର ଟିଭି ବ୍ୟୁରୋ
ହ୍ଵାଟସଆପ୍ ହେଉଛି ସାରା ଦୁନିଆର ସବୁଠାରୁ ଲୋକପ୍ରିୟ ତଥା ଅଧିକ ବ୍ୟବହାରକାରୀ ମ୍ୟାସେଜିଙ୍ଗ୍ ଆପ୍। ଏହି ଆପ୍ ମାଧ୍ୟମରେ ବ୍ୟବହାରୀ କେବଳ ଚାଟିଙ୍ଗର ସୁବିଧା ନେଉ ନାହାଁନ୍ତି ତାସହ ଭଏସ୍ କଲ ଏବଂ ଭିଡିଓ କଲର ମଜା ମଧ୍ୟ ନେଉଛନ୍ତି। ଏବେ ହ୍ଵାଟସଆପ୍ ପୁଣି ତାର ୟୁଜର୍ସଙ୍କ ପାଇଁ ଉପହାର ନେଇ ଆସିଛି । ତେବେ ସବୁଠାରୁ ଭଲ ଖବର ହେଉଛି ହ୍ଵାଟସଆପ୍ ଭିଡିଓ କଲିଙ୍ଗ୍ ଏବେ ଆପଣ ହ୍ଵାଟସଆପ୍ ୱେବରେ ମଧ୍ୟ ନେଇପାରିବେ। ତାହେଲେ ଆସନ୍ତୁ ଜାଣିବା ହ୍ଵାଟସଆପ ୱେବରେ ଆପଣ କେମିତି କରିବେ ଭିଡିଓ କଲ୍।
ହ୍ଵାଟସଆପ୍ ୱେବ ଜରିଆରେ ଭିଡିଓ କଲ୍ କରିବାକୁ ଫଲୋ କରନ୍ତୁ ଏହି ଉପାୟ-
ସର୍ବପ୍ରଥମେ ହ୍ଵାଟସଆପ ୱେବ ଓପନ୍ କରନ୍ତୁ। ଏହାପରେ ନିଜ ଆକାଉଣ୍ଟରେ ଲଗଇନ୍ କରନ୍ତୁ।
ଏବେ ଡାହାଣ କଡରେ ତିନୋଟି ଡଟ୍ ଉପରେ କ୍ଲିକ କରନ୍ତୁ। ଏହାପରେ କ୍ରିଏଟ ଏ ରୁମ୍ ଉପରେ କ୍ଲିକ କରନ୍ତୁ।
ଏବେ ଆପଣଙ୍କୁ ଏକ ପପ୍-ଅପ୍ ଦେଖାଯିବ। ଏହା ଉପରେ କ୍ଲିକ କରି ଆଗକୁ ବଢ଼ନ୍ତୁ। ଧ୍ୟାନ ରଖନ୍ତୁ ଏହିଭଳି ଭାବେ ଭିଡିଓ କଲ୍ କରିବା ପାଇଁ ଆପଣଙ୍କୁ ଫେସବୁକଆକାଉଣ୍ଟର ଆବଶ୍ୟକତା ପଡିବନାହିଁ।
ଆପଣଙ୍କୁ କେବଳ ଭିଡିଓ କଲ୍ ଲିଙ୍କକୁ ସେହି ହ୍ଵାଟସଆପ ଲୋକଙ୍କୁ ପଠାଇବାକୁ ହେବ ଯାହାକୁ ଆପଣ ଭିଡିଓ କଲ୍ କରିବାକୁ ଚାହୁଁଛନ୍ତି।
ଫେସବୁକ୍ ମ୍ୟାସେଞ୍ଜର ରୁମ୍ ଫିଚର ଜରିଆରେ ଏଥିରେ ଆପଣ ୫୦ ଲୋକଙ୍କ ସହିତ ଗୃପ୍ ଭିଡିଓ୍ କଲର ଆନନ୍ଦ ଉଠାଇ ପାରିବେ।