ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବେସରକାରୀ ବିଦ୍ୟାଳୟ ଗୁଡିକର ଫି ଆଦାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏହି ବିଷୟରେ ତଦନ୍ତ କରାଯିବ । ଉଚ୍ଚନ୍ୟାୟାଳୟ ଯେଉଁ ନିର୍ଦ୍ଦେଶ କିମ୍ବା ପରାମର୍ଶ ଦେଇଛନ୍ତି ସେହି ଅନୁଯାୟୀ ବିଭାଗ ପରବର୍ତ୍ତୀ ପଦକ୍ଷେପ ।
ତେବେ ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟ ନିଷ୍ପତ୍ତି ଛାଡ଼ିଛନ୍ତି । ସ୍କୁଲ ଫି’ ଛାଡ଼ ପ୍ରସଂଗରେ ପୂର୍ବରୁ ସ୍ବାକ୍ଷରିତ ଏମ୍ଓୟୁ କାର୍ଯ୍ୟକାରୀ ପ୍ରସଂଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମ୍ଓୟୁକୁ ନେଇ ଯଦି କୌଣସି ଅନୁଷ୍ଠାନ ବା ପକ୍ଷଙ୍କ ଭିନ୍ନ ମତ ରହୁଥାଏ ତେବେ ସେମାନେ ପ୍ରତିକାର ପାଇଁ ଆଇନ ଅନୁସାରେ ପୃଥକ୍ ଭାବେ ମାମଲା ଦାୟର କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିପାଇଁ କୌଣସି ପକ୍ଷଙ୍କୁ ବାରଣ କରାଯାଇ ନାହିଁ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାଗୁଡିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି।