ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଜାନୁୟାରୀ ୧୬ତାରିଖରୁ ଦେଶ ବ୍ୟାପୀ ଆରମ୍ଭ ହେବ କରୋନା ଟିକାକରଣ ।ତେବେ ଏହି ସମ୍ପର୍କରେ ବିଚାର ବିମର୍ଷ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନାରେ ଦେଶରେ କରୋନା ମହାମାରୀର ସ୍ଥିତି ଏବଂ ଟିକାକରଣ ପ୍ରସଙ୍ଗ ସ୍ଥାନ ପାଇବ। ଟୀକାକରଣର ପ୍ରଥମ ପର୍ୟ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ଏହି ପର୍ୟ୍ୟାୟରେ ପ୍ରାୟ ୩ କୋଟି ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯିବ। ପରେ ୫୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ଏବଂ ବହୁବିଧ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ।
ତେବେ ଏହି ଆଲୋଚନା ଭିଡିଓ କନ୍ଫେରସିଙ୍ଗ ମାଧ୍ୟମରେ ଏହି ବୈଠକର ଆୟୋଜନ କରାଯିବ ।