ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କ କ୍ୟାବିନେଟରେ ନୂଆ ଘରଭଡା ଆଇନକୁ ମଞ୍ଜୁରି ମିଳିଛି । ଏହି ନିୟମ ଅନୁସାରେ ଘର ମାଲିକ ଏବେ ମନମାନି କରି ଘରଭଡା ବଢାଇପାରିବନି । ଏଥିରେ ଭଡାଟିଆଙ୍କୁ ବହୁତ ଆଶ୍ୱସ୍ତି ମିଳିବ । ଏହି ନିୟମ ଫଳରେ ଘର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ହେଉଥିବା ବିବାଦ ମଧ୍ୟ କମିବ । ଘର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ହୋଇଥାଏ । ଏହାକୁ କମ୍ କରିବା ପାଇଁ ଯୋଗୀ ସରକାର ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ଶନିବାର କ୍ୟାବିନେଟ୍ ବାଇ ସର୍କୁଲେସନ ଜରିଆରେ ଏହାକୁ ମଞ୍ଜୁରି ଦେଇଛି ।
ଏହି ଅଧ୍ୟାଦେଶ ଜରିଆରେ କୌଣସି ବି ଘର ମାଲିକ ବିନା ଏଗ୍ରିମେଣ୍ଟରେ ନିଜ ଘର କାହାକୁ ଭଡାରେ ଦେଇପାରିବନି । ଘର ମାଲିକ ଓ ଭଡାଟିଆ ମଧ୍ୟରେ କୌଣସି ବି ବିବାଦର ସମାଧାନ ପାଇଁ ରେଣ୍ଟ ଅଥୋରିଟି ଏବଂ ରେଣ୍ଟ ଟ୍ରିବୁନାଲର ନିୟମ କରାଯାଇଛି । ସର୍ବାଧିକ ୬୦ ଦିନ ଭିତରେ ଏହାର ସମାଧାନ କରାଯିବ । ଏହା ବ୍ୟତୀତ ଏହି ଅଧ୍ୟାଦେଶ ଅନୁସାରେ କୌଣସି ଘର ମାଲିକ ମନଇଛା ଭଡା ବଢାଇ ପାରିବେନି ।