ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶାରେ ଟିକାକରଣକୁ ନେଇ ସାଧାରଣ ଜନତା ଅନେକ ଦ୍ଵନ୍ଦରେ ରହିଥିବା ବେଳେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସମିଟ ଡକାଇ ଏ ସମ୍ବନ୍ଧରେ ସବିଶେଷ ସୂଚନା ଦେଇଛନ୍ତି । କୋଭିଡ ୧୯ ଟିକାକରଣକୁ ନେଇ ଜରୁରୀ ତଥ୍ୟମାନ ପ୍ରଦାନ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଟିକାକୁ ନେଇ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଫେସର ଜୟନ୍ତ କୁମାର ପଣ୍ଡା । ତେବେ ଜାଣନ୍ତୁ କଣ ରହିଛି ସେ ସବୁ ପ୍ରଶ୍ନର ଉତ୍ତର ।
୧.କମ୍ ଦିନ ମଧ୍ୟରେ ଟିକା ତିଆରି କରାଯାଇଥିବାରୁ ଏହା ନିରାପଦ କି ?
ଉ. ଡ୍ରଗ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ ଦ୍ଵାରା ପୁଙ୍ଖାନୁପୁଙ୍ଖ ଭାବେ ପରୀକ୍ଷାନିରୀକ୍ଷା କରାଯାଇ ଏହାକୁ ବ୍ୟବହାର ପାଇଁ ଉପଯୋଗ କରାଯାଇଛି ।
୨. ଟିକାକରଣ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କି ?
ଉ. ନା ଇଚ୍ଛାଧୀନ କିନ୍ତୁ ସମସ୍ତେ ନେବା ଉଚିତ୍
୩.ପ୍ରଥମେ ଏହି ଟିକା କାହାକୁ ଦିଆଯିବ ?
ଉ.ଏହି ଟିକା ସ୍ଵାସ୍ଥ୍ୟକର୍ମୀ , କୋଭିଡ ଯୋଦ୍ଧା, ଏହାପରେ ଆକ୍ରାନ୍ତ ହେବାର ଅଧିକ ଚାନ୍ସ ଥିବା ଲୋକମାନଙ୍କୁ ଦିଆଯିବ ।
୪.ସ୍ବାସ୍ଥ୍ୟା କର୍ମୀଙ୍କ ପରିବାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ କି ?
ଉ. ସ୍ବାସ୍ଥ୍ୟା କର୍ମୀଙ୍କ ପରିବାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ ନାହିଁ ।
୫.ପୂର୍ବରୁ କୋଭିଡରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଯେଉଁମାନେ ଭଲ ହୋଇଯାଇଛନ୍ତି ସେମାନେ କୋଭିଡ ଟିକା ନେବା ଦରକାର କି ନାହିଁ ?
ଉ. ସେମାନଙ୍କ ରୋଗ ପ୍ରତିଷେଧକ ଶକ୍ତି ଉପରେ ନିର୍ଭର କରେ
୬.. କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ବା ସନ୍ଦେହ ଘେରରେ ଥିବା ଟିକା ନେବେ କି ?
ଉ. ଶରୀରରେ କୋଭିଡର ଆକ୍ଟିଭ ଭୁତାଣୁ ଥିବା ବେଳେ ଟିକା ନେବା ନିରାପଦ ନୁହେଁ । ତେଣୁ କୋଭିଡ ପଜିଟିଭ୍ ଚିହ୍ନଟ ହେବାର ୧୪ ଦିନ ପରେ କୋଭିଡ ଟିକା ନେଇ ପାରିବେ ।
୭. ଦେଶଜ ଟିକା ବିଦେଶ ଟିକାର କାର୍ଯ୍ୟକାରିତା ସହ ସମାନ କି ନୁହେଁ ?
ଉ. ଟ୍ରାଏଲ ବା ଟେଷ୍ଟ ସମୟରେ ଜଣାଯାଇଛି ଯେ ଦେଶଜ ଟିକା ବିଦେଶ ଟିକାର କାର୍ଯ୍ୟକାରିତା ସହ ସମାନ ।
୮. ସାଧାରଣ ଲୋକ କିପରି ଜାଣିବେ ସେମାନଙ୍କୁ କେବେ, କେଉଁଠି ଟିକା ଦିଆଯିବ ?
ଉ. ପଞୀକୃତ ମୋବାଇଲ ନମ୍ବରରେ ସେ ବିଷୟରେ କଲ୍ କରି ସୂଚନା ଦିଆଯିବ
୯. ଭାରତରେ ଠିକ ଭାବରେ ଟିକା ସଂରକ୍ଷଣ ହୋଇପାରିବ ତ ?
ଉ. ଟିକା ସଂରକ୍ଷଣ କରିବାରେ ଭାରତ ବିଶ୍ଵରେ ସବୁଠୁ ଆଗରେ ।
୧୦.ବିନା ପଞୀକରଣରେ ଟିକା ଦିଆଯିବ କି ?
ଉ. ନା, ବିନା ପଞୀକରଣରେ ଟିକା ଦିଆଯିବ ନାହିଁ । ବ୍ୟକ୍ତିଗତ ଭାବେ ବା ଅନୁଷ୍ଠାନ ଗୁଡିକରେ ପଞିକରଣ କରିବା ବାଧ୍ୟତାମୂଳକ ।
୧୧. ପଞିକରଣ ବେଳେ ଯେଉଁ ପରିଚୟ ପତ୍ର ବ୍ୟବହାର କରାଯାଇଥିବ ଯଦି ସେଗୁଡିକ ଟିକାକରଣ କେନ୍ଦ୍ରରେ ନ ଦେଖାଇ ହୁଏ ତେବେ କଣ ଟିକା ଦିଆଯିବ ?
ଉ. ପଞିକରଣ ବେଳେ ଯେଉଁ ପରିଚୟ ପତ୍ର ବ୍ୟବହାର କରିଥିବେ ତାକୁ ଟିକାକରଣ କେନ୍ଦ୍ରରେ ଦେଖାଇବା ବାଧ୍ୟତାମୂଳକ । ନଚେତ୍ ଟିକା ଦିଆଯିବ ନାହିଁ ।
୧୨.ପଞିକରଣ ପାଇଁ କେଉଁ ଦସ୍ତାବିଜକୁ ବ୍ୟବହାର କରିହେବ ?
ଉ. ଭୋଟର ଆଇକାର୍ଡ,ଆଧାର କାର୍ଡ, ପାସ୍ବୁକ୍, ପାସପୋର୍ଟ,ପାନକାର୍ଡ,ଯେ ଅଫିସ ଆଇକାର୍ଡ, MLA, MP ଆଇକାର୍ଡ, ଏପରିକି ମନରେଗା ଆଇକାର୍ଡ ଆଦି ସବୁ ଆଇକାର୍ଡ କୁ ପଞିକରଣ ପାଇଁ ବ୍ୟବହାର କରିହେବ ।
୧୩. ଟିକାକରଣ କେନ୍ଦ୍ରକୁ ଯିବା ବେଳେ କେଉଁ ସବୁ ଗାଇଡଲାଇନକୁ ମାନିବା ଦରକାର ?
ଟିକାକରଣ ବେଳେ ମାକ୍ସ, ସାମାଜିକ ଦୂରତା, ହାତକୁ ସାନିଟାଇଜ କରିବା ଆଦି ମାନିବା ବାଧ୍ୟତାମୂଳକ ।
୧୪.ଟିକାକରଣ କେନ୍ଦ୍ର ମଧ୍ୟରେ ଥରକେ କେତେ ଜଣ ଟିକା ନେବା ପାଇଁ ଯାଇପାରିବେ ?
ଉ. ଥରକେ ଜଣେ ଯିବେ ଓ ପର୍ଯ୍ୟବେକ୍ଷଣ ଗୃହରେ (observation room) ଅତି କମରେ ୩୦ ମିନିଟ ରହିବାକୁ ହେବ ।
୧୫.ଟିକା ନେବାପରେ ପାର୍ଶ୍ଵ ପ୍ରତିକ୍ରିୟା କଣ ଦେଖାଯାଇପାରେ ?
ଉ. ସାମାନ୍ୟ ଜ୍ଵର, ଟିକା ନେଇଥିବା ସ୍ଥାନ ଫୁଲି ପାରେ, ଧଇଁସଇଁ ବା ହାଲିଆ ଲାଗିପାରେ, ମୁଣ୍ଡ ବୁଲାଇପାରେ, ବାନ୍ତି ଲାଗିବା ଏହିଭଳି କିଛି ଲକ୍ଷଁ ଦେଖାଗଲେ ତୁରନ୍ତ ଆଶା କର୍ମୀ, ସ୍ଵାସ୍ଥ୍ୟ କର୍ମୀ, ବା ଡାକ୍ତରଙ୍କୁ ଦେଖାନ୍ତୁ । ସେସବୁକୁ ନିୟନ୍ତ୍ରଣ କରିହେବ
୧୬. ଟିକାକରଣ ପରେ କିଛି ପ୍ରମାଣପତ୍ର ସରକାରଙ୍କ ତରଫରୁ ଦିଆଯିବ କି ?
ଉ. ପଞୀକୃତ ମୋବାଇଲ ନମ୍ବରକୁ ମେସେଜ ଆସିବ । ଦୁଇଟି ଡୋଜ ନେବା ପରେ ଟିକାକରଣର ସାର୍ଟିଫିକେଟ ମଧ୍ୟ ଦିଆଯଇବ ।