ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶର ଜାତୀୟ ପିତା ତଥା ସ୍ଵାଧୀନତା ସଂଗ୍ରାମର ମୁଖ୍ୟ କର୍ଣ୍ଣାଧାର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ମଧ୍ୟପ୍ରଦେଶର ଗ୍ଵାଲିଅର ଠାରେ ବିଶ୍ଵ ହିନ୍ଦୀ ଦିବସରେ ଏକ ଷ୍ଟଡି ସେଣ୍ଟର ଖେଲା ଯାଇଛି । ଏହି ଷ୍ଟଡି ସେଣ୍ଟରରେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ଜୀବନ କାହାଣୀ, ବିଚାରଧାରା ଏବଂ ଦେଶପ୍ରେମକୁ ନେଇ ରଚନା କରାଯାଇଥିବା ଅନେକ ପୁସ୍ତକ ସ୍ଥାନ ପାଇଛି ।
ଏହାକୁ ନେଇ ହିନ୍ଦୁ ମହାସଭାର ଉପାଧ୍ୟକ୍ଷ ଜୟବୀର ଭରଦ୍ୱାଜ କହିଛନ୍ତି ଯେ, ଗଡସେ ଜଣେ ଅସଲି ରାଷ୍ଟ୍ରବାଦୀ ବୋଲି ଲୋକମାନଙ୍କୁ ଜଣାଇବାକୁ ଏହି ଜ୍ଞାନ ଶାଳା ଖୋଲା ଯାଇଛି । ଗୋଡସେ ଅବିଭାଜିତ ଭାରତ ପାଇଁ ସଂଗ୍ରାମ କରିଥିଲେ ଯାହା ଫଳରେ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହି ପୁସ୍ତକାଳୟର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ଗୋଡସେ ଜଣେ ସଚ୍ଚା ରାଷ୍ଟ୍ରବାଦୀ ଥିଲେ ଏକଥା ଦେଶର ଲୋକଙ୍କୁ ଜଣାଇବାକୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ଅଧ୍ୟୟନ କେନ୍ଦ୍ରଟି ଦେଶର ଯୁବପୀଢିଙ୍କୁ ଅବିଭାଜିତ ଭାରତର ଇତିହାସ ବାବଦରେ ସୂଚନା ଦେବ । ଏହା ସହ ନାଥୁରାମଙ୍କ ସହ ଜଡିତ ଅନ୍ୟ ରାଷ୍ଟ୍ରବାଦୀ ନେତାଙ୍କ ବାବଦରେ ରଚିତ ବିଭିନ୍ନ ପୁସ୍ତକ ବି ଏଠାରେ ସ୍ଥାନ ପାଇଛି ।