ସନ୍ଷ୍ଟାର ଟିଭି ବ୍ୟୁରୋ
ଚଳିତ ବର୍ଷ ବଜେଟ୍ର ଦସ୍ତାବିଜ୍କୁ ପ୍ରିଣ୍ଟ କରାଯିବ ନାହିଁ । କୋଭିଡ୍ କଟକଣା ଯୋଗୁଁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ୧୯୪୭ ମସିହା ପରେ ପ୍ରଥମ ଥର ପାଇଁ ବଜେଟ୍ ଦସ୍ତାବିଜ୍କୁ ପ୍ରିଣ୍ଟ କରାଯିବ ନାହିଁ । ଚଳିତ ବର୍ଷ ବଜେଟ୍ ଦସ୍ତାବିଜର ସଫ୍ଟ କପି ବ୍ୟବହାର କରିବାକୁ ଲୋକସଭା ଓ ରାଜ୍ୟସଭାର ସାଂସଦ ମାନଙ୍କୁ ସଚିବାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।
ଏକ ଜାତୀୟ ଇଂଗ୍ରାଜୀ ଗଣମାଧ୍ୟମର ସୂଚନା ମୁତାବକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରିଣ୍ଟିଂ ପ୍ରକ୍ରିୟାକୁ ସ୍ଥଗିତ ରଖା ଯାଇଛି । ଦେଶରେ ପ୍ରଥମଥର ପାଇଁ ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ୟୁନିୟନ ବଜେଟର ଦସ୍ତାବିଜ୍ ପ୍ରିଣ୍ଟ କରାଯାଇଥିଲା । ଏହାପରେ ପ୍ରତିବର୍ଷ ବଜେଟ ପାଇଁ ଦସ୍ତାବିଜ୍ ପ୍ରିଣ୍ଟ ହୋଇ ଆସୁଥିଲା ।
ମିଳିଥିବା ସୂଚନା ଅନୁସାରେ, ଏହି ପ୍ରିଣ୍ଟିଂ କାମରେ ପ୍ରାୟ ୧ ଶହରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥାନ୍ତି । ପ୍ରିଣ୍ଟିଂ କାମ ସରିବାକୁ ପ୍ରାୟତ ୨ ସପ୍ତାହ ସମୟ ଲାଗିଥାଏ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ପ୍ରିଣ୍ଟିଂ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ତେଣୁ ପ୍ରତ୍ୟେକ ସାଂସଦ ମାନେ ସଫ୍ଟ କପି ମାଧ୍ୟମରେ ବଜେଟ ଦସ୍ତାବିଜ୍ ପାଇବେ ବୋଲି କୁହାଯାଇଛି ।