ସନ୍ଷ୍ଟାର ଟିଭି ବ୍ୟୁରୋ
ଭଂଜନଗର: ସାମାନ୍ୟ କାମରେ ହେଳା କରିବାରୁ ଯୁବତୀଙ୍କୁ ପିଟିପିଟି ମାରି ଦେଲେ ଦମ୍ପତି । ଏପରି ଏକ ଅମାନୁଷିକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ । ସୂଚନା ଅନୁଯାୟୀ ବାଲେଶ୍ବରର ଏକ ଯୁବତୀ ଭୁବନେଶ୍ୱରରେ ଜଣଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ । କାମରେ ଖିଲାପ କରିବାରୁ ଯୁବତୀଙ୍କୁ ନିସ୍ତୁକ ପିଟିଥିଲେ ଦଂପତି । ଏପରିକି ପିଟିପିଟି ତାଙ୍କୁ ଜୀବନରୁ ମାରି ମଧ୍ୟ ଦେଇଥିଲେ । ଏହାପରେ ଓଲା କାର୍ ଭଡ଼ା କରି ଗଂଜାମ ଜିଲ୍ଲାରେ ଜଗନ୍ନାଥପ୍ରସାଦରେ ଫିଙ୍ଗି ଦେଇଥିଲେ ।
ତେବେ ଗତ ଡିସେମ୍ବର ୨ରେ ଜଗନ୍ନାଥପ୍ରସାଦ ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା ।ଘଟଣାର ତଦନ୍ତ କରିବାକୁ ପୁଲିସ ସତ ଘଟଣା ବିଷୟରେ ଜାଣି ପାରିଥିଲା । ଏହି ଘଟଣାରେ ଦମ୍ପତିଙ୍କୁ ଗିରଫ କରାଯାଇଛି ଓ ଏହାର ତଦନ୍ତ ଚାଲୁ ରହିଥିବା ନେଇ ଗଂଜାମ ଏସ୍ପି ସୂଚନା ଦେଇଛନ୍ତି ।