ସନଷ୍ଟାର୍ ଟିଭି ବ୍ୟୁରୋ
ପୁରୀ: ଦୀର୍ଘ ୧୦ ମାସ ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଛନ୍ତି ଭକ୍ତ । କିନ୍ତୁ କୋଭିଡ କଟକଣା ପାଇଁ ଶ୍ରୀମନ୍ଦିରରେ ଆଶାନୁରୂପ ଭକ୍ତ ଦେଖାଯାଉ ନାହାଁନ୍ତି ।ଆଜି ଏସବୁ ପରିସ୍ଥିତିକୁ ସମୀକ୍ଷା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର । ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ବୈଠକରେ ସାମିଲ ହେବେ ।
ସୂଚନା ଅନୁସାରେ ଚଳିତ ମାସ ୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇଛି । କାଳିଆ ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । କୋଭିଡ କଟକଣା ଭିତରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା । ପ୍ରତିଦିନ ୧୫ହଜାରରୁ ଅଧିକ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ । କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସହ ଫଟୋ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି । ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ମନ୍ଦିରରେ ପ୍ରବେଶ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।