ସନ୍ଷ୍ଟାର ଟିଭି ବ୍ୟୁରୋ
ଲିଫ୍ଟରେ ଯାଉଥିବା ଲୋକଙ୍କ ସବୁଠୁ ଚିନ୍ତା ହେଉଛି ହଠାତ୍ ଲିଫ୍ଟ ବନ୍ଦ ହୋଇଗଲେ କଣ କରିବେ । ଅଧିକାଂଶ ସମୟରେ କିଛି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଲିଫ୍ଟ ବନ୍ଦ ହୋଇଯାଇଥାଏ । ଏହି ସମୟରେ ଲିଫ୍ଟରେ ଥିବା ବ୍ୟକ୍ତି ଖୁବ୍ ଭୟଭୀତ ହୋଇଯାଆନ୍ତି ।ତେବେ ଆଜିକାଲି ଲିଫ୍ଟରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ଲିଫ୍ଟରେ ଯିବା ସମୟରେ ସତର୍କତା ଅବଲମ୍ଵନ କରିବା ନିତାନ୍ତ ଆବଶ୍ୟକ । ତେବେ ଲିଫ୍ଟରେ ଯିବା ଆସିବା ସମୟରେ କଣ କରିବା ଉଚିତ କଣ ନ କରିବା ଉଚିତ୍ ଆସନ୍ତୁ ଜାଣିବା ।
ଯଦି ଲିପ୍ଟ ବନ୍ଦ ହୋଇଗଲେ କଣ କରିବେ
- ଯଦି କୌଣସି କାରଣରୁ ଲିପ୍ଟ ବନ୍ଦ ହୋଇଯାଏ ତେବେ ଏଥିରେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ବରଂ ୨୦ ସେକେଣ୍ଡ ଅପେକ୍ଷା କରନ୍ତୁ ।
- କାରଣ ୨୦ ସେକେଣ୍ଡ ପରେ ଅଟୋମେଟିକ ରେସକ୍ୟୁ ଡିଭାଇସ କାମ କରିବା ଆରମ୍ଭ କରିଦେଇଥାଏ ।
- ଏହି ଡିଭାଇସ ଜରିଆରେ ଲିପ୍ଟ ଆପଣ ମାରିଥିବା ଫ୍ଲୋରରେ ପହଂଚିବା କ୍ଷଣି ଆପଣା ଛାଏଁ ଖୋଲି ଯାଇଥାଏ ।
- ଆପତକାଳୀନ ବଟନକୁ ବ୍ୟବହାର କରି ସୂଚନା ଦେଇପାରିବେ ।
- କିଛି କିଛି ଲିପ୍ଟରେ ଟେଲିଫୋନ ଲଗାଯାଇଥାଏ । ତେବେ ଏହି ଫୋନ ଜରିଆରେ ବି ଆପଣ ସହଯୋଗ ମାଗିପାରିବେ ।
- ସେହିପରି ସାୟରନ/ ଆଲର୍ଟ ବଟନ ଜରିଆରେ ବି ଆପଣ ସୂଚନା ଦେଇପାରିବେ ।
- ବାହାରେ ଥିବା ଲୋକେ ମଧ୍ୟ ଡି-ଲକିଂକୁ ବ୍ୟବହାର କରି ଲିପ୍ଟ ଖୋଲିପାରିବେ ।
ଲିପ୍ଟ ବନ୍ଦ ହୋଇଗଲେ କଣ ନ କରିବା ଉଚିତ୍
- ଲିପ୍ଟ ଅଟକି ଗଲେ ବାରମ୍ବାର ବଟନକୁ ଦବାନ୍ତୁ ନାହିଁ ।
- ଲିପ୍ଟ କବାଟକୁ ନିଜେ ଖୋଲିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ।
- ଲିପ୍ଟ ଭିତରେ ଡିଅନ୍ତୁ ନାହିଁ ।
- ସେହିପରି ଲିପ୍ଟକୁ ଅଟକାଇବା ପାଇଁ ହାତ କିମ୍ବା ଗୋଡ ବ୍ୟବହାର କରନ୍ତୁ ନାହିଁ ।
ପିଲାଙ୍କୁ ଲିପ୍ଟରେ ନେବା ସମୟରେ କଣ କରିବେ
- ଛୋଟ ପିଲାଙ୍କୁ ଲିପ୍ଟରେ ଏକାକୀ ପଠାନ୍ତୁ ନାହିଁ ।
- ପିଲାଙ୍କୁ ଲିପ୍ଟକୁ କିପରି ବ୍ୟବହାର କରାଯାଏ ସେ ସଂପର୍କରେ ଭଲ ଭାବରେ ବୁଝାନ୍ତୁ ।
- ହେବ ଯଦି ନିଜେ ବି ପିଲାଙ୍କ ସହ ଲିପ୍ଟରେ ଯାଆନ୍ତୁ ।