ସନ୍ଷ୍ଟାର ଟିଭି ବ୍ୟୁରୋ
କେଶ ଝଡିବା ଏକ ସାଧାରଣ କଥା । କେତେକ ଲୋକଙ୍କ ରୁପି ସମସ୍ୟା ଥିବାରୁ କେଶ ଝଡ଼ିଥାଏ ତ ଆଉ କାହାର କେଶ ମୂଳ ଦୁର୍ବଳ ହୋଇ କେଶ ଝଡିଥାଏ । ସମସ୍ୟା ଯାହା ହେଉନା କାହିଁକି ଏମିତି କିଛି ଉପାୟ ରହିଛି, ଯାହା ଆପଣ କେଶ ଝଡିବାକୁ ରୋକିପାରିବେ । ଶୀତରେ କେଶ ଝଡିବାର କାରଣ ହେଉଛି କେଶ ଠିକ୍ ଭାବେ କଣ୍ଡିସନିଂ ହୋଇପାରେନି ଓ ମାତ୍ରାଧିକ ଶୁଷ୍କ ହୋଇପଡେ ।
କେଶ ଝଡିବା ରୋକିବା ପାଇଁ ହେଲେ ସାମ୍ପୁ କରିବା ପୂର୍ବରୁ ଅଲିଭ୍ ଅଏଲ୍ରେ ହାଲ୍କା ମସାଜ୍ କରନ୍ତୁ । ଯଦି ସମ୍ଭବ ଏହି ତେଲକୁ ହାଲ୍କା ଉଷୁମ କରି ବ୍ୟବହାର କରିପାରିବେ । ଶୀତ ଦିନେ ପ୍ରାୟ ଲୋକ ସାମ୍ପୁ କରିବାକୁ ଡରିଥାନ୍ତି । କିନ୍ତୁ ସାମ୍ପୁ ନିଶ୍ଚୟ କରନ୍ତୁ, ଫଳରେ କେଶ ମୂଳ ସଫା ରହିବା ସହ ସଂକ୍ରମଣ ଦୂର ହୋଇଥାଏ । ଏବଂ କେଶ ଝଡିବା କମ୍ ହେବ ।
ଷ୍ଟ୍ରେଟନିଂ, ପମିଂ ଓ କଲରିଂ କରିବା ଦ୍ୱାରା କେଶ ମୂଳ ନଷ୍ଟ ହୋଇଥାଏ । ଯଦି ଏପରି କିଛି କରିବାର ଥାଏ, ତେବେ ପ୍ରଫେସନାଲ୍ ପାର୍ଲରରେ କରନ୍ତୁ । ଏସବୁ କରିବା ଦ୍ୱାରା କେଶ ଦୁର୍ବଳ ହେବା ସହ ମାତ୍ରାଧିକ ଝଡିଥାଏ ।