ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ ଦିବସ ପ୍ରତିବର୍ଷ ଜାନୁୟାରୀ ୯ ତାରିଖରେ ପାଳନ କରାଯାଉଛି । ଦେଶର ବିକାଶ କ୍ଷେତ୍ରରେ ପ୍ରବାସୀମାନଙ୍କ ଅବଦାନକୁ ମନେରଖିବା ପାଇଁ ଏହି ଦିନକୁ ପାଳନ କରାଯାଏ ।ତେବେ ଏହି ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶ ବାହାରେ ରହୁଥିବା ଅନେକ ପ୍ରବାସୀମାନେ ଭର୍ଚୁଆଲ୍ ମାଧ୍ୟମରେ ଏହି ଦିନକୁ ପାଳନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଦିବସର ୧୬ ତମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି ।ଏହି ଉଦ୍ଘାଟନୀ ଅବସସରେ ସେ କହିଛନ୍ତି ଯେ ଆମେ ଇଣ୍ଟରନେଟ ଜରିଆରେ ବିଶ୍ଵ ସହିତ ଜଡିତ ଅଛେ କିନ୍ତୁ ଆମ ମସ୍ତିଷ୍କ ସବୁବେଳେ ମା ଭାରତୀ ସହିତ ଜଡିତ ।
ଉଦ୍ଘାଟନୀ ଅଧିବେଶନ ପରେ ଦୁଇଟି ପୂର୍ଣ୍ଣାଙ୍ଗ ଅଧିବେଶନ ବସିବ। ପ୍ରଥମ ପୂର୍ଣ୍ଣାଙ୍ଗ ଅଧିବେଶନ ପ୍ରବାସୀ ଭାରତୀୟମାନଙ୍କର ଆତ୍ମନିର୍ଭର ଭାରତରେ ଭୂମିକା ଉପରେ ପର୍ଯ୍ୟବସିତ ହୋଇଥିବା ବେଳେ ଏଥିରେ ବୈଦେଶିକ ମନ୍ତ୍ରୀ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଉଦବୋଧନ ଦେବେ। ଦ୍ୱିତୀୟ ପୂର୍ଣ୍ଣାଙ୍ଗ ଅଧିବେଶନ ‘କୋଭିଡ୍ ପରବର୍ତ୍ତୀ ଚ୍ୟାଲେଞ୍ଜ୍ର ସମ୍ମୁଖୀନ – ସ୍ୱାସ୍ଥ୍ୟ, ଅର୍ଥନୀତି, ସାମାଜିକ ଓ ଆନ୍ତର୍ଜାତିକ ସମ୍ପର୍କ ସ୍ଥିତି’ ଉପରେ ପର୍ଯ୍ୟବସିତ ହେବ। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଉଦବୋଧନ ଦେବେ।
୧୯୧୫ ଜାନୁଆରି ଏହି ଦିନରେ ମହାତ୍ମା ଗାନ୍ଧୀ, ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ବାହୁଡ଼ିଥିଲେ। ତେଣୁ, ଏହି ଦିନରେ ଏହି ଦିବସ ପାଳନ କରିବା ପାଇଁ ବାଜପେୟୀ ସରକାର ନିଷ୍ପତ୍ତି ନେଇଥିଲା। ଏହି ଉପଲକ୍ଷେ ‘ପ୍ରବାସୀ ଭାରତୀୟ ସମ୍ମାନ’ ପ୍ରଦାନ କରାଯାଏ।