ସନ୍ଷ୍ଟାର ଟିଭି ବ୍ୟୁରୋ
ଇଣ୍ଡୋନେସିଆ: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ ଭରିବା ପରେ ଏକ ବିମାନ ନିଖୋଜ ହୋଇ ଯାଇଥିବା କୁହାଯାଉଛି ।ତେବେ ସେହି ବିମାନରେ ୬୨ ଜଣ ଯାତ୍ରୀ ଥିଲେ । ଏହି ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବିମାନ ବାବଦରେ କୌଣସି ସୂଚନା ମିଳିନାହିଁ । ତେବେ ବିମାନଟି ୨୭ ବର୍ଷର ପୁରୁଣା ହୋଇଥିବା ସୂଚନା ମିଳିଛି ।
ନିଖୋଜ ବିମାନଟି ବୋଇଂ ୭୩୭-୫୦୦ ଶ୍ରେଣୀର । ଯାହାକି ଶନିବାର ସନ୍ଧ୍ୟାରେ ଜାକର୍ତ୍ତାର ସୋକାର୍ନା-ହଟ୍ଟା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । ଉଡ଼ାଣ ଭରିବାର ମାତ୍ର ୪ ମିନିଟ୍ ପରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା ବୋଲି ସୂଚନା ମିଳିଛି ।ରାଡାରରେ ବିମାନଟି ମାତ୍ର ଗୋଟିଏ ମିନିଟ୍ ସମୟ ମଧ୍ୟରେ ୧୦ ହଜାର ଫୁଟ୍ ଉଚ୍ଚତାରୁ ତଳକୁ ଖସୁଥିବା ଟ୍ରାକ କରାଯାଇଥିଲା । ଯାହାପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆଶଙ୍କା ବଢ଼ିଯାଇଛି ।