ସନ୍ଷ୍ଟାର ଟିିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତରେ ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରଭୃତି ସାମିଲ ଥିଲେ ।
୧୬ରେ ଟିକା ଦିଆଯିବ ବୋଲି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ।ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ ।ତେବେ ପ୍ରଥମେ ସ୍ଵାସ୍ଥ୍ୟକର୍ମୀ ଓ ସମ୍ମୁଖକର୍ମୀ ମାନଙ୍କୁ ଟିକା ଦିଆଯିବ ବୋଲି ସ୍ଥିର କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଉର୍ଦ୍ଧ୍ଵ ଓ ବହୁ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ତେବେ ଏହି କ୍ରମରେ ପ୍ରାୟ ୨୭ କୋଟି ଲୋକଙ୍କୁ କରୋନା ଟିକା ମିଳିବ ।
Vaccination drive to kick off on 16th Jan, 2021. Priority will be given to the healthcare workers and the frontline workers, estimated to be around 3 cr, followed by those above 50 years and the under-50 population groups with co-morbidities numbering around 27 cr: Govt of India pic.twitter.com/M4CzcBzMqf
— ANI (@ANI) January 9, 2021