ସନ୍ଷ୍ଟାର ଟିଭି ବ୍ୟୁରୋ
ଆଠଗଡ: ପୋଲିସ ଉପରକୁ ବୋମାମାଡ । ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ତାଳଭାଗ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ପରେ ବୋମା ମାଡ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଜମି ଉପରେ ବିଦ୍ୟୁତ ତାର ଯାଉଥିବାରୁ ଜମି ମାଲିକ ଏହାକୁ ବିରୋଧ କରି ଓପିଟିସିଏଲ କର୍ମଚାରୀଙ୍କ କ୍ଷତିପୂରଣ ମାଗିଥିଲେ ତେବେ କ୍ଷତିପୂରଣ ନଦେଇ ଓପିଟିସିଏଲ କର୍ମଚାରୀ ତାର ଟାଣୁଥିଲେ । ଜମି ମାଲିକ ଓ ଓପିଟିସିଏଲ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା ପରେ ଘଟଣାସ୍ଥଳରେ ଜଣେ ଦୁର୍ବୃତ୍ତ ବୋମା ମାଡ କରି ଫେରାର ହୋଇଯାଇଥିଲା । ଏହି ବୋମା ମାଡ଼ରେ ଜଣେ କନେଷ୍ଟବଳ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ ଥିବା ବେଳେ ଆଠଗଡ ଏସଡିପିଓ ଏବଂ ଦୁଇ ଆଇଆଇସି ଉପସ୍ଥିତ ଅଛନ୍ତି ।