ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶାରେ ଏଯାଏଁ ବାର୍ଡ ଫ୍ଲୁ ବ୍ୟାପିନାହିଁ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ପ୍ରାୟ ପକ୍ଷୀମାନଙ୍କ ରକ୍ତ, ଲାଳ ଓ ନାଜାଲ ସ୍ବାବ୍ ଇତ୍ୟାଦି ୧୨୧୫୮ଟି ନମୂନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଛି । କୋଣସି ନମୂନାରୁ ବାର୍ଡ୍ ଫ୍ଲୁ ରୋଗ ପ୍ରକାଶ ପାଇନାହିଁ ।
ତେବେ ସମ୍ଭାବ୍ୟ ବାର୍ଡ୍ ଫ୍ଲୁ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ନିୟନ୍ତ୍ରଣ ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି । ଯଦି କୌଣସି ଅଞ୍ଚଳରେ ପକ୍ଷୀମଡକ ଭଳି ଘଟଣା ନଜରକୁ ଆସେ ତେବେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସକ କିମ୍ବା ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ଜଣାଇବା ପାଇଁ ନିବେଦନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ଜଣାଇବା ପାଇଁ 0671-2414310 ହ୍ଵାଟ୍ସଆପ୍ ନମ୍ଵର ଓ 7205598125 ନମ୍ଵରରେ ପକ୍ଷୀ ମଡକ ସମ୍ଵନ୍ଧରେ ସୂଚନା ଦେବାକୁ କୁହାହୋଇଛି ।
ତେବେ କିଛି ଦିନ ତଳେ ଖୋର୍ଦ୍ଧାର ବେଗୁନୀଆ ବ୍ଲକରେ କୁକୁଡ଼ା ଫାମରେ ଶହ ଶହ ସଂଖ୍ୟାରେ କୁକୁଡ଼ା ମରି ପଡ଼ିଥିବାର ଦେଖିବାକୁ ମିଳିଥିଲା ।ତେବେ ସେଥିପାଇଁ କୁକୁଡ଼ା ମଡ଼କକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ମଧ୍ୟ ଦେଖାଯାଉଛି ।