ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଉଦ୍ଘାଟନ ହେଲା ସ୍ଵଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ । ଏହି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଉଦ୍ଘାଟନ ସମାରୋହରେ ସାଂସଦ ଅପରାଜିତା ଷଢଙ୍ଗୀ. ଅଶୋକ ଚନ୍ଦ୍ର ପଣ୍ଡା,ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଓ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ ଏହି ସଫେଇ କାର୍ଯ୍ୟ ହାତକୁ ନେଇଛନ୍ତି । ପ୍ରଥମେ ବିନ୍ଦୁସାଗର ପାଣି ବିଶୋଧନ କରାଯିବ ଓ ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ।ବୈଜ୍ଞାନିକ ପଦ୍ଧତିରେ ଏହାକୁ ବିଶୋଧନ କରାଯିବ। ପ୍ରାଚୀନ ଏହି ପୋଖରୀର ପୁନରୁଦ୍ଧାର କରାଯାଇ ପୂର୍ବାବସ୍ଥା ଫେରାଇ ଅଣାଯିବ ।
ତେବେ ଉଦ୍ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଜାତୀୟ ସଂହତିର ପ୍ରତୀକ ବିନ୍ଦୁସାଗର ବୋଲି କହିଥିଲେ । ପୋଖରୀକୁ ସ୍ଵଚ୍ଛ ରଖିବାକୁ ନାଗରିକମାନଙ୍କୁ ଆହ୍ଵାନ ଦେଇଛନ୍ତି ଶ୍ରୀ ପଟ୍ଟନାୟକ ।ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ବଡ ଆକର୍ଷଣ ହୋଇ ରହିଥିବ । ତେଣୁ ତାର ସ୍ୱଚ୍ଛତା ଆମର ନୈତିକ ଦାୟିତ୍ୱ ବୋଲି ନବୀନ କହିଛନ୍ତି । ବିନ୍ଦୁ ସାଗରକୁ ସ୍ଵଚ୍ଛ କରିବାରେ ସହଯୋଗର ହାତ ବଢାଇଥିବାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।