ସନ୍ଷ୍ଟାର ଟିଭି ବ୍ୟୁରୋ
ଓ୍ୱାଶିଂଟନ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ରଦ୍ଧ କରିଛି ଟ୍ୱିଟର । ଆମେରିକା ସଂସଦରେ ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ ଓ ଟ୍ରମ୍ପ ଏହି ହିଂସାକାଣ୍ଡକୁ ଉସ୍କାଇବା ଅଭିଯୋଗରେ ଏଭଳି କରାଯାଇଛି । ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କରିବା ପାଇଁ ଆମେରିକାର ୨କୋଟିରୁ ଅଧିକ ଲୋକ ଅନଲାଇନ୍ ଦସ୍ତଖତ ଅଭିଯାନ କରିଥିଲେ । ଟ୍ୱିଟର ସିଇଓ ଜ୍ୟାକ୍ଙ୍କୁ ଟ୍ରମ୍ପଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ସାରା ବିଶ୍ବରୁ ଟ୍ବିଟ୍ ହୋଇଥିଲା । ୨୦୧୯ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସଂପର୍କିତ ଅନେକ ବିଭ୍ରାନ୍ତିକର ତଥ୍ୟ ଟ୍ରମ୍ପଙ୍କ ଆକାଉଣ୍ଟରୁ ଟ୍ବିଟ୍ ହୋଇଥିଲା ।
ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍’ରେ ମାରାତ୍ମକ ବିଦ୍ରୋହ ପରେ ଟ୍ରମ୍ପ୍ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୧୨ ଘଣ୍ଟା ପାଇଁ ତାଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା । ।ପୁଣି ଗୁରୁବାର ଦିନ ଟ୍ରମ୍ପ୍ ଟୁଇଟ୍ କରିବା ଆରମ୍ଭ କରିଥିଲେ। କ୍ଷେତ୍ରବିଶେଷର ପରିସ୍ଥିତି ଏବଂ ଟୁଇଟର୍ରୁ ଆସୁଥିବା ମନ୍ତବ୍ୟ ଉପରେ ସତର୍କ ଦୃଷ୍ଟି ରଖୁଥିବା ଟୁଇଟର୍ କହିଥିଲା କି, ଟ୍ରମ୍ପ୍ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ।
ସବୁଦିନ ପାଇଁ ଆକାଉଣ୍ଟ୍ ବନ୍ଦ କରାଯାଇଥିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ତାଙ୍କୁ ଚୁପ୍ କରାଇବାକୁ ରାଜନୈତିକ ଶତ୍ରୁମାନଙ୍କ ସହ ଟୁଇଟର୍ ଷଡ଼ଯନ୍ତ୍ର କରୁଛି। ଏ କଥା ଟ୍ରମ୍ପ୍ ତାଙ୍କ ଅଫିସ୍ ଆକାଉଣ୍ଟ୍ରେ ଲେଖିଥିଲେ। କିନ୍ତୁ, ତାଙ୍କର ଏହି ପୋଷ୍ଟ୍କୁ ଟୁଇଟର୍ ତତ୍କ୍ଷଣାତ୍ ଡିଲିଟ୍ କରି ଦେଇଥିଲା।