ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଆଜି ସାରା ରାଜ୍ୟରେ କୋଭିଡ୍ କଟକଣା ମଧ୍ୟରେ ସ୍କୁଲ ଖୋଲିଛି । କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଆସିଛନ୍ତି । ଏଥିପାଇଁ ଉଭୟ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଛାତ୍ରଛାତ୍ରୀମାନେ ସାମାଜିକ ଦୂରତାକୁ ମାନି ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ୍ କରିଥିବା ଦେଖିବାକୁ ମିଳିଛି। ଗୋଟିଏ ଶ୍ରେଣୀରେ ୪୦ଜଣରୁ ୫୦ଜଣ ଛାତ୍ରଛାତ୍ରୀ ବସିବା ପରିବର୍ତ୍ତେ ୨୦ରୁ ୨୫ଜଣ ଛାତ୍ରଛାତ୍ରୀ ବସିବାର ବ୍ୟବସ୍ଥା କରାଯାଇଛି । ପିଲାଙ୍କ ପାଇଁ ପାନୀୟ ଜଳ ଏବଂ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଆଜି ପ୍ରଥମ ଦିନ ଥିବାରୁ ଉପସ୍ଥାନ କମ୍ ରହିଛି।