ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପଇବାରେ ଲାଗିଛି କରୋନା ସଂକ୍ରମଣ । ତେବେ ଏହି ସ୍ଥିତିକୁ ଦେଖି ରାଜ୍ୟରେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଖୋଲିବାର ପ୍ରର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆସନ୍ତା ୧୧ରେ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଙ୍ଗ୍ ଓ ବୃତ୍ତିଗତ ମହାବିଦ୍ୟାଳୟ ଏବଂ ଡିପ୍ଲୋମା/ପୋଷ୍ଟ୍ ଡିପ୍ଲୋମା ପ୍ରତିଷ୍ଠାନଗୁଡ଼ିକ । ତେବେ କୋଭିଡ ୧୯ କଟକଣାକୁ କଡାକଡି ଭାବେ ପାଳନ କରି ଏହି ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରଶାସନ ଅଧୀନରେ ଥିବା ଏହି ସବୁ ପ୍ରତିଷ୍ଠାନଗୁଡ଼ିକ ସୋମବାର ଠାରୁ (୧୧ ଜାନୁଆରି) ପିଜି, ୟୁଜି ଓ ଡିପ୍ଲୋମା କରୁଥିବା ଶେଷବର୍ଷ ଶିକ୍ଷାର୍ଥୀଙ୍କ ପାଇଁ କ୍ଲାସ୍ରୁମ୍ରେ ଶିକ୍ଷାଦାନ ଆରମ୍ଭ କରାଯିବ।