ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ନୟାଗଡ ନାବାଳିକା ପରୀ ହତ୍ୟା ମାମଲା । ଆଜି ଅଭିଯୁକ୍ତ ନାବାଳକ ସରୋଜ ସେଠୀର ନାର୍କୋ ଟେଷ୍ଟ ଆବେଦନ ନେଇ ହେବ ଶୁଣାଣି । ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ଶୁଣାଣି ।ତେବେ ପୋକ୍ସୋ କୋର୍ଟରେ ନାବାଳକ ସାବ୍ୟସ୍ତ ପରେ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ଯାଇଥିବା ବେଳେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଯାଇଥିଲା । ପୁର୍ବରୁ ଏସଆଇଟି ଅଭିଯୁକ୍ତକୁ ପୋକ୍ସୋ କୋଟରେ ପ୍ରଡ୍ୟୁସ କରିଥିଲା ଓ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି କୋର୍ଟକୁ ଅନୁମତି ମାଗିଥିଲା । ଜନ୍ମଗତ ପ୍ରମାଣ ଓ ମାଟ୍ରିକ ସାର୍ଟିଫିକେଟକୁ ଦେଖି ଅଭିଯୁକ୍ତ ନାବାଳକ ହୋଇଥିବା କହିଥିଲେ ପୋକ୍ସୋ କୋର୍ଟର ବିଚାରପତି ଓ ଏହା ଶୁଣାଣୀ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ବୋଲି ସୂଚନା ଦେଇଥିଲେ ।
ତେବେ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଡିସେମ୍ବର ୨୦ରେ ସରୋଜ ସେଠୀ ଗିରଫ ହୋଇଥିଲା । ପରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଅଭିଯୁକ୍ତକୁ ଆଣି କ୍ରାଇମର ରିକ୍ରିଏସନ କରିଥିଲେ । କେମିତି ମାରିଲା, କେମିତି ଫିଙ୍ଗିଲା ପୋଲିସ ଆଗରେ ଟିକିନିକି ବଖାଣିଥିଲା ଅଭିଯୁକ୍ତ । ଜୁଲାଇ ୧୪ରେ ପରୀକୁ ହତ୍ୟା କରାଯାଇଥିଲା । ଦୁଇ ସପ୍ତାହ ପରେ ଅର୍ଥାତ ୨୩ ତାରିଖରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା ।