ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସାହୁ ର ନାର୍କୋ ଟେଷ୍ଟ ଆବେଦନ ଖାରଜ । ଆବେଦନକୁ ଖାରଜ କଲେ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ । ତେବେ ଅଭିଯୁକ୍ତ ନାବାଳକର ସହମତି ନମିଳିବାରୁ ନାର୍କୋ ଟେଷ୍ଟ ଆବେଦନକୁ ଖାରଜ କରାଯାଇଛି ବୋଲି ସୂଚନା ମିଳିଛି । ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ନାର୍କୋ ଟେଷ୍ଟ ନିମନ୍ତେ ନା କହିଥିବା ଜଣାଯାଇଛି ।ତେବେ ଏହି ଟେଷ୍ଟ ପାଇଁ ପୂର୍ବରୁ ପୋକ୍ସୋ କୋର୍ଟରେ ଆବେଦନ କରିଥିଲା ଏସ୍ଆଇଟି ।କିନ୍ତୁ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ବିଚାର ପାଇଁ ପଠାଇଥିଲେ ।
ତେବେ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଡିସେମ୍ବର ୨୦ରେ ସରୋଜ ସେଠୀ ଗିରଫ ହୋଇଥିଲା । ପରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଅଭିଯୁକ୍ତକୁ ଆଣି କ୍ରାଇମର ରିକ୍ରିଏସନ କରିଥିଲେ । କେମିତି ମାରିଲା, କେମିତି ଫିଙ୍ଗିଲା ପୋଲିସ ଆଗରେ ଟିକିନିକି ବଖାଣିଥିଲା ଅଭିଯୁକ୍ତ ।