ସନ୍ଷ୍ଟାର ଟିଭି ବ୍ୟୁରୋ
ଏଣିକି ଅନଲାଇନରେ ବି ମିଳିବ ଖତ । ଆଜି ରାଜଧାନୀରେ ବିଏମ୍ସି ପକ୍ଷରୁ ରାଜମହଲ ଛକରେ ଜୈବିକ ସାର ‘ମୋ ଖତ’ର ଉଦଘାଟନ ହୋଇଛି । ଏହାର ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଷ ଚନ୍ଦ୍ର ମହାପାତ୍ର । ବିଏମ୍ସି କର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କର ଘରେ ଥିବା ଅଳିଆକୁ ଆଣିବେ ଏବଂ ଏହା ଖତ ରୂପେ କାମ ଦେବ ବୋଲି ସୁରେଷ ଚନ୍ଦ୍ର ମହାପାତ୍ର କହିଛନ୍ତି । ୫କିଲୋଗ୍ରାମ ଖତ ପାଇଁ ୧୨୫ ଟଙ୍କା ଧାର୍ଯ୍ୟ କରିଛି ବିଏମ୍ସି ।
ଭୁବନେଶ୍ଵରର ୮ ଗୋଟି ଏମ୍ସିସିରୁ ବାହାରୁଛି ଏହି ଜୈବିକ ସାର । ତେବେ ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ । ଏହି ଖତ ବିଏମ୍ସି ଅଞ୍ଚଳର ପରିମଳରୁ ପ୍ରସ୍ତୁତ ହେଉଛି । ଆଜିର ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ସୁରେଷ ଚନ୍ଦ୍ର ମହାପାତ୍ର ଏବଂ ବିଏମ୍ସି କମିଶନର ଉପସ୍ଥିତ ଥିବା ସହ ଅନ୍ୟ ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ ।