ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ ଟିକାକରଣର ତଥ୍ୟ ପାଇବା ନିମନ୍ତେ ଘୋଷଣା ହୋଇଛି କୋ-ଓ୍ଵିନ ଆପ୍ । ଯାହା ମାଧ୍ୟମରେ କୋଭିଡ ଟିକାକରଣ ସମ୍ଵନ୍ଧୀୟ ଏନେକ ତଥ୍ୟ ମିଳି ପାରିବ । ତେବେ ଏହି ଆପ୍ ନେଇ ସତର୍କତା ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କାରଣ ଆପ୍ଷ୍ଟୋରରେ ଘୁରି ବୁଲୁଛି ଅନେକ ନକଲି କୋ ଓ୍ଵିନ ଆପ୍ । ଯାହାକୁ ଡାଉନଲୋଡ କରିବା ଦ୍ଵାରା ଶିକାର ହୋଇପାରନ୍ତି ସାଇବର ଠକାମୀର ।ଏହି ନକଲି ଆପ୍ରେ ନିଜର ବ୍ୟକ୍ତିଗତ ତଥ୍ୟ ଦେବା ଦ୍ଵାରା ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ଜାଣି ରଖନ୍ତୁ ଯେ ଏଯାଏଁ ସରକାରଙ୍କ ଦ୍ଵାରା କୋ-ଓ୍ଵିନ ଆପ୍ର ଲୋକାର୍ପଣ ହୋଇନାହିଁ ।
ତେବେ କୋ-ଓ୍ଵିନ୍ ଆପ୍ ରେ ୫ଟି ମଡ୍ୟୁଲ ରହିଛି। ପ୍ରଥମ ପ୍ରଶାସନିକ ମଡ୍ୟୁଲ, ଦ୍ୱିତୀୟ ରେଜିଷ୍ଟ୍ରେସନ୍ ମଡ୍ୟୁଲ, ତୃତୀୟ ଭ୍ୟାକ୍ସିନେସନ୍ ମଡ୍ୟୁଲ, ଚତୁର୍ଥ ଲାଭାନ୍ଵିତ ସ୍ୱୀକୃତି ମଡ୍ୟୁଲ ଓ ପଞ୍ଚମ ରିପୋର୍ଟ ମଡ୍ୟୁଲ। ରେଜିଷ୍ଟ୍ରେସନ୍ କରୁଥିବା ବ୍ୟକ୍ତି କେଉଁ କାମ ପାଇଁ ରେଜିଷ୍ଟ୍ରେସନ୍ କରିବାକୁ ଚାହୁଁଛନ୍ତି, ଏହି ଅପ୍ସନ୍ରୁ ଚୟନ କରିପାରିବେ।
Some apps named “#CoWIN” apparently created by unscrupulous elements to sound similar to upcoming official platform of Government, are on Appstores.
DO NOT download or share personal information on these. #MoHFW Official platform will be adequately publicised on its launch.
— Ministry of Health (@MoHFW_INDIA) January 6, 2021