ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଦୀର୍ଘ ୯ ମାସ ପରେ ଆଜି ରାଜ୍ୟରେ ଖୋଲିଛି ଶିକ୍ଷାନୁଷ୍ଠାନ । କୋଭିଡ ୧୯ ଗାଇଡଲାଇନକୁ ପାଳନ କରି ସମସ୍ତ ବିଦ୍ୟାଳୟ ଓ କଲେଜ ଖୋଲାଯାଇଛି । ତେବେ ଏହାର ତଦାରଖ କରିବା ପାଇଁ ଶିକ୍ଷାନୁଷ୍ଠାନ ବୁଲି ଦେଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞନ ଦାଶ । ବିଜେବି କଲେଜରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ।
ତେବେ ରାଜ୍ୟରେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଆସିଛନ୍ତି । ଏଥିପାଇଁ ଉଭୟ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଛାତ୍ରଛାତ୍ରୀମାନେ ସାମାଜିକ ଦୂରତାକୁ ମାନି ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ୍ କରିଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଶ୍ରେଣୀକୁ ସେକ୍ସନରେ ବିଭକ୍ତ କରାଯାଇଛି ।ଗୋଟିଏ ସେକ୍ସନରେ ୨୦ରୁ ୨୫ଜଣ ଛାତ୍ରଛାତ୍ରୀ ବସିବାର ବ୍ୟବସ୍ଥା କରାଯାଇଛି ।